ଆସୁଅଛି ବାହୁବଲି ପାର୍ଟ-୩
ଏସ.ଏସ.ରାଜାମୋଉଲି ଦ୍ୱାରା ନିର୍ଦେଶିତ ବାହୁବଲି ର ଦୁଇଟି ଅଧ୍ୟାୟ Bahubali : The Beginning ଏବଂ Bahubali : The Conclusion ଭାରତୀୟ ଚଳଚିତ୍ର ଜଗତରେ ଇତିହାସ ସୃଷ୍ଟି କରିଛି । ଖାଲି ଭାରତରେ ନୁହେଁ ସାରା ବିଶ୍ୱରେ ବାହୁବଲିର କ୍ରେଜ ଯେ କେତେ ଅଧିକ ତାହା କହିଲେ ନସରେ । ବର୍ତ୍ତମାନ ଡିଏନଏ ଇଣ୍ଡିଆର ରିପୋର୍ଟ ଅନୁସାରେ ଏହା ସୁନିଶ୍ଚିତ ଯେ ନିର୍ଦେଶକ ଏସ.ଏସ.ରାଜାମୋଉଲି ବାହୁବଲି କଥାଚିତ୍ରକୁ ନେଇ ଅନ୍ୟ ଏକ ଚଳଚିତ୍ର ଆରମ୍ଭ କରୁଛନ୍ତି । ଯାହାର ନାମ ରଖ ଯାଇଛି Bahubali : Before the Beginning ।ଏହାକୁ ବିଶ୍ୱର ପ୍ରସିଦ୍ଧ Video Streaming App : Netflix ଜରିଆରେ ଲୋକମାନେ ଉପଭୋଗ କରିପାରିବେ । କୁହାଯାଉଛି ଯେ ଏହି ଚଳଚିତ୍ରରେ ଦୁଇଟି ଅଧ୍ୟାୟ ରହିବ ଏବଂ ପ୍ରଥମ ଅଧ୍ୟାୟରେ ବାହୁବଲିଙ୍କ ମାଁ ରାଜମାତା ଶିବଗାମୀ ଦେବୀଙ୍କ ସମ୍ପୂର୍ଣ ଜୀବନି ଉପରେ ଆଧାରିତ ରହିବ । ତେବେ ପ୍ରସ୍ତୁତ ହୋଇଯାଆନ୍ତୁ ବାହୁବଲିର ଏକ ନୂଆ ରୋମାଞ୍ଚକର ଅଧ୍ୟାୟ ପାଇଁ ।
Comments are closed.