ଅତିରିକ୍ତ ତହସିଲଦାରଙ୍କ ଉପରେ ଆକ୍ରମଣ

ସାଲେପୁର, ବିକ୍ରମ କେଶରୀ ବଳ : ବେଆଇନ ଇଟାଭାଟି ଉପରେ ଚଢ଼ାଉ ବେଳେ ମାହାଙ୍ଗା ଅତିରିକ୍ତ ତହସିଲଦାରଙ୍କୁ ଗାଳିଗୁଲଜ ସହ ତହସିଲ ଗାଡ଼ିକୁ ଭଙ୍ଗାରୁଜା କଲେ ଇଟା ମାଫିଆ। କଟକ ଜିଲ୍ଲା ମାହାଙ୍ଗା ଥାନା ପର୍ଶୁରାମପୁର ଗାଁ ଚାଲିଥିବା ଏକ ବେଆଇନ ଇଟାଭାଟି ଉପରେ କୈାଣସି ସୂତ୍ରରୁ ଖବର ପାଇ ମାହାଙ୍ଗା ଅତିରିକ୍ତ ତହସିଲଦାର ଦିଲିପ୍ ନାୟକ ଚଢ଼ାଉ ପାଇଁ ପହଞ୍ଚିଥିଲେ। ହଠାତ୍ ସେଠାକାର ବେଆଇନ ଇଟାଭାଟି ମାଫିଆମାନେ ଏକତ୍ରିତ ହୋଇ ତହସିଲଦାରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଗୋଡ଼ା ଥିଲେ। ତହସିଲଦାର ସେ ସ୍ଥାନ ଛାଡି ଦ୍ରୁତ ଗତିରେ ପଳାଉଥିବା ବେଳେ ଏଠାରେ ଚାଲୁଥିବା ବେଆଇନ ଇଟାଭାଟିର ଖବର ଦେଇଥିବା ଲୋକକୁ ଇଟାଭାଟି ମାଫିଆମାନେ ମାଡ଼ ମାରିଥିଲେ। ପରେ ଇଟାଭାଟି ମାଫିଆମାନେ ମାହାଙ୍ଗା ତହସିଲଦାରଙ୍କ ଗାଡ଼ି ଟିକୁ ଭଙ୍ଗାରୁଜା କରିଥିଲେ।

Comments are closed.