ସ୍ୱାମୀ ଓ ଶଶୂରଙ୍କ ସହ ଅଭିନୟ କରିବେ ଐଶ୍ୱର୍ଯ୍ୟା

ବଲିଉଡ ଜଗତର ଧମାଲ ମଚାଇଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ପତି ଅଭିଶେକଙ୍କୁ ଏବେ ଏକାଠି ଦେଖିବାକୁ ସୁଯୋଗ ପାଇବେ ଦର୍ଶକ । ବିବାହ ପରେ ଦୁଇ ଜଣଙ୍କୁ କେବଳ ରିୟଲ ଲାଇଫରେ ହିଁ ଦେଖିବାକୁ ମିଳୁଥିଲା । ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ‘Gulab Jamun’ ସିନେମାରେ ଏହି ଦୁଇ ଯୋଡି ଅଭିନୟ କରିବା ସହିତ ଶଶୂର ତଥା ବଲିଉଡର ଶେହେନସା ଅମିତାଭ ମଧ୍ୟ ନଜର ଆସିପାରନ୍ତି । ଏହି ସିନେମାଟି ଖୁବ୍ ଲୋକପ୍ରିୟତା ହାସଲ କରିବା ସହିତ ଦର୍ଶକଙ୍କ ମନକୁ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି ।

Comments are closed.