ଡମ୍ଫର ଧକ୍କାରେ ୬ଜଣ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା

ରଣପୁର, ଚିରଞ୍ଜିବି ଦାସ, ନୟାଗଡ ଜ଼ିଲ୍ଲା ଶରଣକୁଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି l ଏକ ଡମ୍ଫର ଧକ୍କାରେ ୬ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି l ମୃତକଙ୍କ ମଧ୍ୟ୍ୟରେ ୩ ଜଣ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି l ମୃତକ ମାନେ ଶରଣକୁଳ ଥାନା ଅନ୍ତର୍ଗତ ସୁଆର ସାହି ଓ ନରେନ୍ଦ୍ର ପୁରର ବୋଲି ଜଣାପଡିଛି l ସୂଚନା ଅନୁସାରେ ଡମ୍ପର ଡ୍ରାଇଭର ମଦ୍ୟପାନ କରି ନୟାଗଡ ପଟୁ ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା l ତେବେ ଘଟଣା ସ୍ଥଳରେ ଉତେଜନା ସୃଷ୍ଟି ହୋଇଥିବା ବେଳେ ଶରଣକୁଳ ପୋଲିସ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଡମ୍ପରଟିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି l

Comments are closed.