ଗୋଗୋଇଙ୍କ ସମେତ ୫ବିଚାରପତିଙ୍କ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ : ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ଜମି ବିବାଦ ନେଇ ଆଜି ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ମାମଲାର ରାୟ ଶୁଣାଇଥିଲେ । ଅଯୋଧ୍ୟାରେ ହିଁ ତିଆର ହେବ ରାମ ମନ୍ଦିର । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମୁସଲମାନ ମାନଙ୍କ ପାଇଁ ଅନ୍ୟତ୍ର ଜାଗା ଦେବାକୁ କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟା ରାୟ ଶୁଣାଇଥିବା ୫ବିଚାରପତିଙ୍କ ସୁରକ୍ଷା ବଢ଼ିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପ୍ରତିଙ୍କ Z ସୁରକ୍ଷାକୁ ବଢ଼ାଇ Z+ କରାଯାଇଛି । ସେହିପରି ଅନ୍ୟ ୪ବିଚାରପତିଙ୍କ ସୁରକ୍ଷା Yରୁ ବଢ଼ାଇ Y+କରାଯାଇଛି ବୋଲି ଜଣାପଡିଛି ।

Comments are closed.