ଅଯୋଧ୍ୟା ରାୟ ପରେ ଗଢିବା ନୂଆ ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲ : ଅଯୋଧ୍ୟା ରାୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଭାରତର ଲୋକତନ୍ତ୍ର ସମ୍ପର୍କରେ ବିଶ୍ବ ପରିଚିତ, ବିବିଧତାରେ ଏକତା ମନ୍ତ୍ର ପାଇଁ ଆମେ ଗର୍ବିତ, ଭାରତର ନ୍ୟାୟପାଳିକା ପାଇଁ ଆଜିର ଦିନ ଏକ ସ୍ବର୍ଣ୍ଣିମ ଅବସର। ପୂରା ନ୍ୟାୟ ପ୍ରକ୍ରିୟାର ସମାପନ ହୋଇଛି । କୋର୍ଟଙ୍କ ରାୟକୁ ସାରା ଦେଶ ଖୋଲା ମନରେ ସ୍ୱାଗତ କରିଛି । ଭାରତର ଭାବ ସାର୍ବଜନୀନ ଭାବେ ସାମ୍ନାକୁ ଆସିଲା । ବିବିଧତାରେ ଏକତା ମନ୍ତ୍ର ପାଇଁ ଆମେ ଗର୍ବିତ । ଦେଶର ନ୍ୟାୟ ବ୍ୟବସ୍ଥା ଅଭିନନ୍ଦନୀୟ, ସୁପ୍ରିମ୍‌କୋର୍ଟଙ୍କ ରାୟ ଏକ ନୂତନ ସୂର୍ଯ୍ୟୋଦୟ ଭଳି । ନୂଆ ପିଢ଼ିକୁ ନୂଆ ଭାରତ ନିର୍ମାଣର ସଂକଳ୍ପ ନେବାକୁ ପଡ଼ିବ। ’

ଏହା ସହ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ଯେ, ‘ଆଜିର ଘଟଣାର ଉଲ୍ଲେଖ ଇତିହାସରେ ରହିବ । ସୁପ୍ରିମକୋର୍ଟ ସବୁ ପକ୍ଷକୁ ଧର୍ଯ୍ୟର ସହ ଶୁଣିଲେ । ସମସ୍ତଙ୍କ ସହମତିରେ ରାୟ ଆସିଲା । ଦେଶର ସବୁ ନାଗରିକଙ୍କ ଉପରେ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ବଢିବ । ଆମ ଏକତା, ଶାନ୍ତି, ସଦଭାବ ଦେଶର ବିକାଶ ପାଇଁ ଆବଶ୍ୟକ।’