ଆସନ୍ତା ଜାନୁୟାରୀ ୨ରୁ ଜୀ-ସାର୍ଥକର ନୂଆ ମେଗା ଧାରାବାହିକ ”ମୁଁ ବି ବିଜୟିନୀ”

ନୂଆ ବର୍ଷର ଆରମ୍ଭ ସହ ଜାନୁଆରୀ ୨ ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ପ୍ରତିଶୋଧର ଏକ ନୂଆ କାହାଣୀ, ଧାରାବାହିକ ‘ମୁଁ ବି ବିଜୟିନୀ’ । ବିଜୟିନୀ ଧାରାବାହିକକୁ ଆପଣମାନେ ଯେଉଁ ଭଲପାଇବା ଦେଇଥିଲେ ତାକୁ ଆଧାର କରି ଜ଼ୀ ସାର୍ଥକ ନେଇଆସଛି ଏହି ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’ |ପ୍ରତିଶୋଧର ନିଆଁ ରେ ଜଳୁଥିବା ମଣିଷ ଯେତେବେଳେ ନିଜ ଜିଦ୍ଦୀରେ ଆସେ, ସେ କିଛି ବି କରିପାରେ ତାହା ହୋଇଛି ଏହି କାହାଣୀର ମୂଳ ବିଷୟବସ୍ତୁ ।

କାହାଣୀରେ ପ୍ରତ୍ୟେକ ମୁହୂର୍ତ୍ତରେ ରହିଛି ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟ ଜନକ ମୋଡ଼ ଯାହା ‘ମୁଁ ବି ବିଜୟିନୀ’କୁ ଆହୁରି ରୁଚିପୁର୍ଣ୍ଣ କରିଛି । ୧୯ ବର୍ଷର କାହାଣୀକୁ ଏକ ସମୟନୁପାକ୍ଷିକ ଧାରାବାହିକରେ ଅତ୍ୟନ୍ତ ସୁନ୍ଦର ଭାବରେ ପରିଦର୍ଶିତ କରାଯାଇଛି, ହେଲେ କାହିଁକି ଓ କେମିତି ଜାଣିବା ଏତେ ସହଜ ହେବନି ଦର୍ଶକଙ୍କ ପାଇଁ ବୋଲି ଧାରାବାହିକର ଟିମ କହିଛନ୍ତି । କାହାଣୀରେ ଯୁବ ପିଢ଼ିର ଆଗମନ ସହ ପ୍ରତିଶୋଧକୁ ଏକ ଭିର୍ଣ୍ଣ ଧରଣରେ ଦର୍ଶାଯାଇଛି l କେହି ଜଣେ ଛଦ୍ମ ବେଶ ରେ ନାରୀ ମାନଙ୍କ ଉପରେ ଘଟୁଥିବା ଅଘଟଣ କୁ ପ୍ରତିରୋଧ କରୁଛି l ପ୍ରତିଟି ପରିସ୍ଥିତିରେ ରକ୍ଷା କରୁଛି l କିଏ ସେ ଛଦ୍ମବେଶୀ? ଏହାହିଁ କାହାଣୀରେ ରୋମାଞ୍ଚ ରହସ୍ୟ ଭରି ଦେଉଛି l ନୂଆ ଧରଣର କାହାଣୀ ଯେଉଁଥିରେ ରହିଛି ଯୁବ ପିଢ଼ିର ପ୍ରେମ ଭିତ୍ତିକ କଥା ଆଉ ରହିଛି ଭରପୁର ପ୍ରତିଶୋଧ l ଏହି ଯୁବ ପିଢ଼ିରେ ନାୟିକା ଭାବେ ଦେଖା ଦେଇଛନ୍ତି ସୁଶ୍ରୀ ଓ ସିମ୍ରନ, ନାୟକ ଭାବେ ଆକାଶ ଏବଂ ବିଜୟ l ବୈଭବ ଚରିତ୍ରରେ ଆକାଶ, କାହ୍ନା ଚରିତ୍ରରେ ବିଜୟ ଏବଂ ନାୟିକା ସୁଶ୍ରୀ ଚରିତ୍ରରେ ଦେବିକା, ସିମ୍ରନ ଚରିତ୍ରରେ ରାଧିକା l ଧାରାବାହିକ ରେ କିଏ କାହା ପାଇଁ ଗଢ଼ା ହେଇଚି, କିଏ କାହା ସହିତ ସମ୍ପର୍କ ରେ ରହିବ, ବୈଭବ ସହିତ ରାଧିକା ନା ଦେବିକା ସହିତ କ୍ରିଷ୍ନା? ଏହା ହିଁ ମୁଖ୍ୟ ରହସ୍ୟ l ଅଭିନେତ୍ରୀ ଦୀପିକା ତ୍ରୀପାଠି ମଧ୍ୟ ଏକ ବଳିଷ୍ଠ ଭୂମିକାରେ ଅଭିନୟ କରିଛନ୍ତି | କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ତଥା ନୂତନ କଥାବସ୍ତୁକୁ ନେଇ ପ୍ରସାରିତ ହେବାକୁ ଥିବା ଏହି ଧାରାବାହିକଟି ଆଗାମୀ ଜାନୁଆରୀ ୨ ରୁ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.