ସନାତନ ଧର୍ମ ବିରୋଧୀଙ୍କୁ ଯୋଗୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ବର୍ତ୍ତମାନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସନାତନ ଧର୍ମ ହେଉଛି ଏକମାତ୍ର ଧର୍ମ ଏବଂ ବାକି ସବୁ ହେଉଛି ସମ୍ପ୍ରଦାୟ ଓ ପୂଜା ପଦ୍ଧତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଶ୍ରୀମଦ ଭାଗବତ କଥ ଜ୍ଞାନ ଯଜ୍ଞ’ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସନାତନ ଧର୍ମ ହେଉଛି ଏକମାତ୍ର ଧର୍ମ, ବାକି ସବୁ ହେଉଛି ସମ୍ପ୍ରଦାୟ ଏବଂ ପୂଜା ପଦ୍ଧତି। ସନାତନ ହେଉଛି ମାନବିକତାର ଧର୍ମ, ଯଦି ଏହା ଉପରେ ଆକ୍ରମଣ ହୁଏ ତେବେ ଏହା ବିନାଶର କାରଣ ହେବ ଏବଂ ସମଗ୍ର ବିଶ୍ୱରେ ମାନବିକତା ପାଇଁ ଏକ ସଙ୍କଟ ସୃଷ୍ଟି ହେବ।

ସୂଚନାଯୋଗ୍ୟ, ଉଦୟନିଧି ଷ୍ଟାଲିନ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମେଲେରିଆ ଭଳି ରୋଗ ସହ ତୁଳନା କରିଥିଲେ। ଏହାର ବିଲୋପ ଆବଶ୍ୟକ ବୋଲି ସେ କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Comments are closed.