ମା ବାଗଦେବୀଙ୍କ ଯାତ୍ରା ଉତ୍ସବ ପାଳିତ

ନୂଆଗାଁ ( ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କନ୍ଧ ଖାଲମଡ଼ା ଗ୍ରାମ ନିକଟସ୍ଥ ପୋଡାଗଡ ତୋଟାରେ ବିରାଜିତ ୩୦ ଖଣ୍ଡ ଆଦିବାସୀ ମୌଜା ଏବଂ ଖାଲମଡ଼ା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ବାଗଦେବୀ ଙ୍କ ଯାତ୍ରା ଉତ୍ସବ ପାଳିତ ହୋଇଯାଇଛି।ପାଞ୍ଚ ଶହ ବର୍ଷ ର କିମ୍ୱଦନ୍ତୀ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଯେ କୌଣସି ଭକ୍ତ ଭକ୍ତି ସହକାରେ ମାନସିକ ରଖିଥିବା ଭକ୍ତ ମାନଙ୍କ ମାନସିକ ପୂର୍ଣ୍ଣ ହୋଇଛି।ଫୁଟି ଠାକୁରାଣୀ ଭାବେ ଆବିର୍ଭୂତା ମା ବାଗ୍ ଦେବୀ ସଂକ୍ରାନ୍ତି, ଅମାବାସ୍ୟା,ପୂର୍ଣ୍ଣିମା,ରେ ମା ବିଭିନ୍ନ ଗ୍ରାମ ପରିକ୍ରମା କରନ୍ତି।ଯାହାକି ନିଶା ରାତ୍ର ରେ ଘୋଡ଼ା ଶବ୍ଦ ସହ ପାଉଁଜି ଶବ୍ଦ ହେଉଥିବା କିଛି ଲୋକ ମଧ୍ୟ ଶୁଣିଛନ୍ତି।ଯାତ୍ରା ଉତ୍ସବ ର ପ୍ରଥମ ଦିନ ମା ଙ୍କୁ ମାଜଣା କରାଇ ହୋମ , ଯଜ୍ଞ, ସଙ୍କୀର୍ତ୍ତନ କରାଯାଇଥାଏ। ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ମା ଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି।ମା ଙ୍କ ପୀଠରେ ଅନ୍ନ ଛତ୍ର ର ବ୍ୟବସ୍ଥା କରାଯାଇଥିଲା ଯାହାକି ଭକ୍ତ ମାନେ ଗ୍ରହଣ କରିଥିଲେ। ନାମ ସଙ୍କୀର୍ତ୍ତନ ସହ ଆଲୋକ ସଜ୍ଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅନୁଷ୍ଠିତ ଯାତ୍ରା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଙ୍କୁ ଦର୍ଶନ କରିବା ସହ ଉତ୍ସବ ପାଳନ ର ମହତ୍ଵ ବର୍ଣ୍ଣନା କରିଥିଲେ।ତତ୍ ସହିତ ମା ଙ୍କ ର ମହିମା କେତେ ନିଆରା ସେ ଉପରେ ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍,୧୬ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଜସ୍ମିନ ଦାସ୍,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ଉପ ସଭାପତି ମୁରଲୀ ଜେନା, ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ,ଯାତ୍ରା କମିଟି ସଭାପତି ନରସିଂହ ଜାନୀ,ସମ୍ପାଦକ ଅଇଁଠା ମଳିକ,ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ଚନ୍ଦ୍ରମଣି ବେହେରା, ଇନ୍ଦ୍ରମଣି ମଳିକ,ତ୍ରିନାଥ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.