ବିଶ୍ୱ ଫିଜିଓଥେରାପି ଦିବସ
ପ୍ରତିବର୍ଷ ସେପ୍ଟେମ୍ବର ୮ କୁ ବିଶ୍ୱ ଫିଜିଓଥେରାପି ଦିବସ ଭାବରେ ପାଳନ କରାଯାଉଛି । ଫିଜିଓଥେରାପି ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବେଶ ଭଲ ଭାବେ ସମସ୍ତଙ୍କୁ ଜଣା । ବର୍ତ୍ତମାନ ସ୍ଥିତିରେ ସମସ୍ତେ ସୁସ୍ଥ ଓ ନିରୋଗୀ ହେବାକୁ ଚାହୁଛନ୍ତି । ବ୍ୟସ୍ତବହୁଳ ଜୀବନ ଶୈଳୀରେ ସମସ୍ତେ ନିଜର ସ୍ୱାସ୍ଥ୍ୟ ପାଇଁ ଅନ୍ତ୍ୟନ୍ତ ଯତ୍ନବାନ ।
ଏହିପରି ଭିତ୍ତିଭୂମିରୁ ଜଣାପଡୁଛି ଯେ ଫିଜିଓଥେରାପି ଚିକିତ୍ସା ଆମ ସମାଜ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇସାରିଛି ।ଏହି ଚିକିତ୍ସା ଜନ୍ମ ହେବାଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆବଶ୍ୟକତା ରହିଛି । ଫିଜିଓଥେରାପି ସାଧାରମତଃ ବିନା ଔଷଧ ଏବଂ ବିନା ସର୍ଜରୀରେ ସ୍ୱାସ୍ଥ୍ୟର ସୁରକ୍ଷା କରୁଛି । ସେଥିପାଇ ଏହାର ଭୂନିକା ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଶେଷ କରି ଗଣ୍ଠି ଜନିତ ସମସ୍ୟା, ସ୍ନାୟୁଜନିତ ସମସ୍ୟା, ମାଂସପେଶୀ ଯନ୍ତ୍ରଣା, ବିଭିନ୍ନ ପ୍ରକାର ଆର୍ଥ୍ରାଇଟିସ, ପକ୍ଷାଘତ, ଜନ୍ମଗତ ଅକ୍ଷମତା, ଦୁର୍ଘଟଣା ଜନିତ ଶାରୀରିକ କ୍ଷତି, ବାର୍ଦ୍ଧକ୍ୟ ଅକ୍ଷମତା ,ମଧୂମେହ ମେଦ ବହୁଳତା ଅଦିର ସମାଧାନ ପିଜିଓଥେରାପିରେ ରହିଛି ।
କ୍ରୀଡା କ୍ଷେତ୍ରରେ ଫିଜିଓଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ରାଜ୍ୟରେ ସବୁ ଜିଲ୍ଲା ଓ ଗୋଶ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବଡ ବଡ ଡାକ୍ତରଖାନାରେ ଏହି ଚିକିତ୍ସା ଉପଲବ୍ଧ ।
Comments are closed.