କଂଗ୍ରେସ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ କର୍ମୀ

କର୍ଣ୍ଣାଟକାରେ ଦେଖିବାକୁ ମିଳିଛି ଭିଭିଆଇପି କଲଚର। ମନ୍ତ୍ରୀଙ୍କ ସେବକ ପାଲଟି ଯାଇଛନ୍ତି ତାଙ୍କ ସୁରକ୍ଷା କର୍ମୀ। ଏପରିକି ସମସ୍ତଙ୍କ ସମ୍ମୁଖରେ ଜଣେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇ ଦେଉଛନ୍ତି ତାଙ୍କ ସୁରକ୍ଷା କର୍ମୀ। ଏହା ଦେଖି କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । କେବଳ ସେତିକି ନୁହେଁ କଂଗ୍ରେସ ଏବେ ବି ନିଜକୁ ମାଲିକ ଭାବୁଥିବା ଅଭିଯୋଗ କରିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

କର୍ଣ୍ଣାଟକାର ସମାଜ କଲ୍ୟାଣ ମନ୍ତ୍ରୀ ଏଚ. ସି. ମହାଦେବପ୍ପାଙ୍କ ଏକ ଭିଡିଓ ଏବେ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି। ଉକ୍ତ ଭିଡିଓରେ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା କର୍ମୀ ଜୋତା ପିନ୍ଧାଇ ଦେଉଥିବା ଦେଖିବାକୁ ମିଳୁଛି।

ମନ୍ତ୍ରୀ ଧାରବାଡ଼ରେ ଏକ ହଷ୍ଟେଲ ପରିଦର୍ଶନ କରିବାକୁ ଯାଇଥିଲେ। ସେଠାରେ ସେ ଜୋତା ଖୋଲି ହଷ୍ଟେଲର ରୋଷେଇ ଘର ବୁଲାବୁଲି କରିଥିଲେ। ସେଠାରୁ ଫେରିବା ବେଳେ ତାଙ୍କ ସୁରକ୍ଷା କର୍ମୀ ତାଙ୍କୁ ଜୋତା ପିନ୍ଧାଇ ଦେଇଥିଲେ।

ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ମହାଦେବପ୍ପାଙ୍କୁ ଟାର୍ଗେଟ କରିଛି। ଏନେଇ ଏକ ଟ୍ୱିଟ କରି ବିଜେପି କହିଛି, ଭିଭିଆଇ ସଂସ୍କୃତି ଅର୍ଥାତ କଂଗ୍ରେସ। ଏପରି ମାନସିକତା କେବଳ କଂଗ୍ରେସ ନିକଟରେ ଦେଖିବାକୁ ମିଳିଥାଏ। କଂଗ୍ରେସ ନେତା ସବୁବେଳେ ଜନତାଙ୍କୁ ଚାକର ଓ ନିଜକୁ ମାଲିକ ବୋଲି ଭାବିଥାନ୍ତି।

Comments are closed.