ହେବ ବିଜେପି ଓ ବିଜେଡ଼ି ମେଣ୍ଟ !

ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ପ୍ରାର୍ଥୀ ତାଲିକା ସଟ୍ ଲିଷ୍ଟ କରାଯାଇ କେନ୍ଦ୍ରକୁ ପଠା ଯାଇଛି । କେନ୍ଦ୍ର ଯାହା ନିଷ୍ପତ୍ତି କେନ୍ଦ୍ର ନେବ ତାକୁ ପାଳନ କରାଯିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ।

ଗତକାଲି ରାଜ୍ୟ ବିଜେପିର କୋର୍ କମିଟି ଓ ନିର୍ବାଚନ କମିଟି ବୈଠକ ପରେ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ସଭାପତି ମନମୋହନ ସାମଲ। ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ଏହି ତାଲିକାରୁ ପୁଣି ସଟ୍ ଲିଷ୍ଟ କରାଯିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ।

ଇତି ମଧ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ସସ୍‌ପେନ୍ସ ହଟି ନ ଥିବା ବେଳେ ଆଜି ଏନେଇ ମତ ରଖିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ । ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍ପଷ୍ଟ ହୋଇଛି ଜୁଏଲ ଓରାମ ।

ଅପରପକ୍ଷେ, ଦିଲ୍ଲୀରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି କୋର୍ କମିଟି ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଉଛନ୍ତି। ଓଡିଶା ସମେତ ୟୁପି, ପଶ୍ଚିମବଙ୍ଗ ଆଦି ରାଜ୍ୟର ପ୍ରତିନିଧିମାନେ ମଧ୍ୟ ଏହି ବୈଠକେ ସାମିଲ ହେବେ।

Comments are closed.