କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,: ଅବସରପ୍ରାପ୍ତ ଜିଲା ଜଜଙ୍କୁ ମିଳିବାକୁ ଯାଉଥିବା ପେନସନ ରାଶିକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। କୋର୍ଟ ଏହି ମାମଲାରେ ଆଟର୍ନି ଜେନରାଲ ଆର ଭେଙ୍କଟରମଣିଙ୍କୁ ‘ନ୍ୟାୟସଙ୍ଗତ ସମାଧାନ’ ଆଣିବାକୁ ସାହାଯ୍ୟ କରିବାକୁ କହିଛନ୍ତି।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଆହୁରି ମଧ୍ୟ କହିଛନ୍ତି, କେତେଜଣ ବିଚାରପତି ଦେୟ ନ ମିଳିବାରୁ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କାରଣ ସେମାନଙ୍କୁ ଜିଲା ନ୍ୟାୟପାଳିକାରୁ ପଦୋନ୍ନତି ପରେ ନୂଆ ଜିପିଏଫ ଖାତା ଦିଆଯାଇ ନାହିଁ।

Comments are closed.