ବିରୋଧୀଙ୍କ ମହା ମେଣ୍ଟର ନାଁ କାହିଁକି ଇଣ୍ଡିଆ

ବିରୋଧୀ ଦଳଗୁଡ଼ିକ ୨୦୨୪ରେ ବିଜେପି ବିରୋଧରେ ଲଢ଼ିବାକୁ ଏକାଠି ହୋଇଛନ୍ତି। ଏମାନେ ଇ.ଣ୍ଡି.ଆ ନାଁରେ ମିଳିତ ଲଢ଼େଇ କରିବେ। ବେଙ୍ଗାଲୁରୁରେ ଦୁଇ ଦିନ ଧରି ୨୬ଟି ଦଳ ଏକାଠି ଆଲୋଚନା କରିବା ପରେ ଇ.ଣ୍ଡି.ଆ ନାଁ ଉପରେ ମୋହର ଲଗାଇଛନ୍ତି।

ତେବେ ବୈଠକ ବେଳେ ଇ.ଣ୍ଡି.ଆ ନାଁକୁ କିଏ ପ୍ରଥମେ ଉପସ୍ଥାପନ କରିଥିଲେ? କିଛି ନେତା ରାହୁଲ ଗାନ୍ଧି ଇ.ଣ୍ଡି.ଆ ନାଁ ପଛରେ ଥିବା କହୁଥିବା ବେଳେ ଆଉ କିଛି ନେତା ମମତା ବାନାର୍ଜୀଙ୍କ ନାଁ ନେଇଛନ୍ତି।

ତାମିଲନାଡୁରେ ଦଳିତଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ବିଦୁତଲାଇ ଚିରୁଥାଇଗଲ କଚ୍ଚିର ମୁଖ୍ୟ ଥୋଲ ତିରୁମାବଲବନ୍‌ ବିରୋଧୀଙ୍କ ମହାବୈଠକରେ ଯୋଗ ଦେଇଥିଲେ। ତାଙ୍କ କହିବା କଥା ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇ.ଣ୍ଡି.ଆ ନାଁର ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତିଳ “ବିରୋଧୀ ମେଣ୍ଟର ନାଁ INDIA ରହିବା ଦରକାର ବୋଲି ମମତା ବାନାର୍ଜୀ ପ୍ରଥମେ ପ୍ରସ୍ତାବ ଦେଇଥିଲେ।

ଏହାକୁ ନେଇ ଦୀର୍ଘ ଘଣ୍ଟାର ଆଲୋଚନା ହୋଇଥିଲା। ଶେଷରେ ବିରୋଧୀ ମେଣ୍ଟ INDIA ବା Indian National Developmental Inclusive Alliance ନାଁରେ ପରିଚୟ ହାସଲ କରିବା ଉପରେ ସମସ୍ତେ ରାଜି ହୋଇଥିଲେ।”

Comments are closed.