ସପ୍ତାହକୁ ଥରେ କାହିଁକି ଏମିତି କରନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ

ଇଂଲଣ୍ଡ,: ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦେଶରେ ଲାଗୁ କରୁଥିବା କୌଣସି ନିୟମ ହେଉ କି ନିଜ ଭାରତୀୟ ସଂସ୍କୃତି ପାଇଁ ସେ ସବୁବେଳେ ପରିଚିତ ରହିଆସୁଛନ୍ତି। ନିଜକୁ ହିନ୍ଦୁ ସନାତନୀ ଧର୍ମର ଲୋକ କହିବା ସହ ଭାରତର ଜ୍ୱାଇଁ କହିବାକୁ ସେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ତେବେ ଜାଣନ୍ତି କି ଏହି ଭାରତୀୟ ବଂଶୋଦ୍ଭବ ହିନ୍ଦୁ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ୩୬ଘଣ୍ଟା ଉପବାସ କରନ୍ତି।

ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଏସମ୍ପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ନିଜକୁ ଫିଟ ରଖିବା ପାଇଁ ପ୍ରତି ସପ୍ତାହରେ ଉପବାସ ରଖନ୍ତି । ସେ ରବିବାର ସଂଧ୍ୟା ୫ଟାରୁ ଖାଇବା ଛାଡିଦିଅନ୍ତି । ଠିକ୍‌ ୩୬ ଘଣ୍ଟା ପରେ ଅର୍ଥାତ ମଙ୍ଗଳବାର ୫ଟା ପରେ ଉପବାସ ଭାଙ୍ଗନ୍ତି । ଏତେ ସମୟ ସେ ବିନା ଖାଦ୍ୟ ନ ଖାଇ ରୁହନ୍ତି । ଏହି ଉପବାସ

ସମୟରେ ସେ କେବଳ ପାଣି, ଚା ବ୍ଲାକ କଫି ପିଅନ୍ତି। ସୁନକ ଆହୁରି କୁହିଛନ୍ତି, ତାଙ୍କୁ ଖାଇବା ବହୁତ ପସନ୍ଦ । ଉପବାସ ସରିବା ପରେ ସେ ପେଷ୍ଟ୍ରି ଭଳି ମିଠା ଖାଦ୍ୟ ଖାଇଥାନ୍ତି।

କହିରଖୁଛୁ କି, ସୁନକ ଯେଉଁ ଉପବାସ କରୁଛନ୍ତି ତାକୁ ମୋଙ୍କ ଫାଷ୍ଟ କୁହାଯାଏ। ଏଥିରେ ଶରୀରକୁ ମାନସିକ ଏବଂ ଶାରିରୀକ ଶକ୍ତି ମିଳିଥାଏ । ଏଥିସହ ଶରୀର ଡିଟକ୍ସ ହୋଇଥାଏ। ମୋଙ୍କ ଫାଷ୍ଟିଂ ଦ୍ୱାରା ଶରୀରର କ୍ଷତିଗ୍ରସ୍ତ ହେବାକୁ ଥିବା କୋଷିକା ବଦଳରେ ନୂଆ କୋଷିକା ସୃଷ୍ଟି ହୋଇଥାଏ । ଯେଉଁଥିରେ ଏକାଗ୍ରତା ବଢିବା ସହ ନିଷ୍ପତ୍ତି ନେବାର କ୍ଷମତା ବଢିଥାଏ। ଓଜନ ହ୍ରାସ ପାଇଥାଏ। ବୟସ ବଢି ନ ଥାଏ। ରୋଗପ୍ରତିରୋଧକ ଶକ୍ତି ବଢିଥାଏ।

Comments are closed.