କଂଗ୍ରେସ ଅଧ୍ୟକ୍ଷଙ୍କୁ କାହିଁକି ଏମିତି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ମୁଁ ଜଣେ ବିବାହିତ ବ୍ୟକ୍ତି ଏବଂ ବାହାହେବାର ୪୫ ବର୍ଷରୁ ଅଧିକ ହେଲାଣି। ମୁଁ କେବେ ରାଗେ ନାହିଁ ବୋଲି ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼େ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କହିବାରୁ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ଧାରା ୨୬୭ ଅନୁଯାୟୀ ମଣିପୁର ହିଂସା ଉପରେ ଆଲୋଚନା କରିବା ଲାଗି କଂଗ୍ରେସ ଅଧ୍ୟକ୍ଷ ଅନୁରୋଧ କରୁଥିଲେ। କିନ୍ତୁ, ରାଜ୍ୟସଭା ଅଧ୍ୟକ୍ଷ କହିଲେ ଯେ, ଆଲୋଚନା ପାଇଁ ସ୍ବଳ୍ପ ସମୟ ଦେଉଥିବା ଧାରା ୧୭୬ ଅନୁଯାୟୀ ମଣିପୁର ପ୍ରସଙ୍ଗ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି।

ଅଧ୍ୟକ୍ଷଙ୍କୁ ଖଡ଼ଗେ କହିଲେ, ଧାରା ୨୬୭ ଅନୁସାରେ ଜାରି ନୋଟିସ୍‌ ଦାବି କରୁଛି ଯେ, ଅନ୍ୟ ସମସ୍ତ କାମ ପଛରେ ପକାଇ ଏହି ଘଟଣା ଉପରେ ପ୍ରାଧାନ୍ୟ ଦିଆଯିବା ଉଚିତ। ଏହା ଏକ ବ୍ୟବସ୍ଥା। କିନ୍ତୁ, ଏହା କେମିତି ମର୍ଯ୍ୟାଦାର କଥା ହେଲା ମୁଁ ବୁଝିପାରୁନି। ଧାରା ୨୬୭ ଅନୁସାରେ ଆଲୋଚନା କରିବାକୁ ହେଲେ କାରଣ ଲୋଡ଼ା ବୋଲି ଆପଣ କହିଲେ, ଆମେ କାରଣ ଦର୍ଶାଇଲୁ।

ଖଡ଼ଗେ ପୁଣି କହିଲେ, ଗତକାଲି ବି ମୁଁ ଆପଣଙ୍କୁ ଅନୁରୋଧ କରିଥିଲି, ଆପଣ ବୋ‌ଧହୁଏ ରାଗିଗଲେ। ଖଡ଼ଗେଙ୍କ କଥା ଶୁଣି ଗୃହରେ ଉପସ୍ଥିତ ସଦସ୍ୟମାନେ ହସିଉଠିଲେ।

Comments are closed.