କାହିଁକି ଏମିତି କହିଲେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: ଇସ୍ରାଏଲ ସ୍ପାଇୱେୟାର ପେଗାସସ ଉପରେ ଯାଞ୍ଚ କରିବା ପାଇଁ ଗଠିତ କମିଟିର ରିପୋର୍ଟ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ କେନ୍ଦ୍ର ସରକାର ପୂରା ବିବାଦୀୟ ଘଟଣାରେ ଆଦୌ ସହଯୋଗ କରୁ ନଥିବା ରିପୋର୍ଟକୁ ଦେଖି କହିଛନ୍ତି ସୁପ୍ରିମକୋର୍ଟ। ସେହିପରି ତଦନ୍ତ ପ୍ୟାନେଲ ୨୯ଟି ଫୋନ ଯାଞ୍ଚ କରିଥିବା ବେଳେ ସେଥିମଧ୍ୟରୁ ୫ଟିରେ ମାଲୱେୟର ଠାବ ହୋଇଛି। ତେବେ ଏଗୁଡ଼ିକରେ ନିର୍ଦ୍ଦିଷ୍ଟ ଭାବେ ପେଗାସସ ସ୍ପାଇୱେୟାର ଅଛି କି ନାହିଁ, ତା’ର ପ୍ରମାଣ ମିଳି ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି। ଏଥିସହ ଭାରତ ସରକାର ଯାଞ୍ଚ କମିଟିକୁ ଆଦୌ ସହଯୋଗ କରୁ ନଥିବା ସିଜେଆଇ କହିଲା ପରେ ହଇଚଇ ସୃଷ୍ଟି ହୋଇଛି।

ଯଦି କେନ୍ଦ୍ର ସରକାର ଦେଶର କୌଣସି ନାଗରିକଙ୍କ ବିରୋଧରେ ପେଗାସସ ସ୍ପାଇୱେୟାର ବ୍ୟବହାର କରି ନାହାନ୍ତି, ତା’ହେଲେ କାହିଁକି ତଦନ୍ତ ପ୍ୟାନେଲକୁ ସହଯୋଗ କରୁ ନାହାନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

Comments are closed.