କାହିଁକି ଏମିତି କହିଲେ ରାଜ୍ୟପାଳ

ନୂଆଦିଲ୍ଲୀ: ‘କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ବନ୍ଦ କର। ଚୁପ୍‌ ରହିଲେ ଉପ-ରାଷ୍ଟ୍ରପତି ବନାଇ ଦେବୁ। ଏଭଳି କିଛି ଦିଆଯାଇଥିଲା ସଙ୍କେତ।’ ପ୍ରଧାନମନ୍ତ୍ରୀଙ୍କୁ ଘମଣ୍ଡି କହିସାରିଥିବା ମେଘାଳୟ ରାଜ୍ୟପାଳ ତଥା ଜାଠ୍‌ ନେତା ସତ୍ୟପାଲ ମଲ୍ଲିକ ଏଭଳି କିଛି ଦାବି କରି କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି।

ସତ୍ୟପାଲ ମଲ୍ଲିକ ଶନିବାର ରାଜସ୍ଥାନ ଗସ୍ତରେ ଆସିଥିଲେ। ଏଠାରେ ସେ ଞ୍ଝୁଞ୍ଝୁନୁ ଜିଲ୍ଲାର ବଗଡ ଅଞ୍ଚଳରେ ପହଞ୍ଚିଥିଲେ। ସାମ୍ବାଦିକଙ୍କ ସହ କଥାବାର୍ତ୍ତାବେଳେ ସେ ଉପ ରାଷ୍ଟ୍ରପତି ପଦକୁ ନେଇ ବଡ ବୟାନ ଦେଇଥିଲେ। ସେ କହିଥିଲେ, ‘ଜଗଦୀପ ଧନଖଡ ଏହି ପଦବୀ ପାଇବା ପାଇଁ ଯୋଗ୍ୟ। କିନ୍ତୁ ମୋତେ ବି ଇଶାରା ମିଳିଥିଲା, ଯଦି ତୁମେ ଚୁପ୍ ରହିବ ତେବେ ତୁମକୁ ଉପ ରାଷ୍ଟ୍ରପତି କରିଦିଆଯିବ ବୋଲି କୁହାଯାଇଥିଲା। ହେଲେ ଏହାକୁ ମୁଁ ପତ୍ୟାଖାନ କରିଦେଇଥିଲେ। ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ଯାହାଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ବିଭାଗର ରେଡ୍‌ କରିପାରିବ। ହେଲେ ସରକାର ଦଳୀୟ ନେତାଙ୍କ ଉପରେ ଚଢାଉ ହେବାକୁ ଦେଉ ନାହାଁନ୍ତି।’

Comments are closed.