କାହିଁକି ଗଲା ସୌମ୍ୟଙ୍କ ପଦବୀ

ଭୁବନେଶ୍ବର: ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଦରୁ ହଟାଇଛନ୍ତି। ଗତ କିଛିଦିନ ଧରି ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ସଂପାଦକୀୟ ଆଳରେ ମିଛ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ। ମନ୍ତ୍ରୀପଦ ଲୋଭରେ ନେତୃତ୍ବକୁ କରୁଥିଲେ ବ୍ଲାକମେଲ । ନା ଥିଲା ଦଳ ପ୍ରତି ଆନୁଗତ୍ୟ ନା ନେତୃତ୍ବ ପ୍ରତି କୃତଜ୍ଞତା । ନିଜର ରାଜନୈତିକ ଅଭିସନ୍ଧିକୁ ପୂରଣ କରିବାକୁ ଦଳକୁ କରୁଥିଲେ ବ୍ଲାକମେଲ । ଏଥିପାଇଁ ଦେଉଥିଲେ ଦଳ ବିରୋଧୀ ମନ୍ତବ୍ୟ । ଯେଉଁଥିପାଇଁ ତାଙ୍କ ବିରୋଧରେ ବିଜେଡି ସଭାପତି କାର୍ଯାନୁଷ୍ଠାନ ନେଇଛନ୍ତି ।

ବ୍ଲାକମେଲିଂ ପାଇଁ ଗଲା ପଦ ! ଉପସଭାପତି ପଦରୁ ସୌମ୍ୟ ବିଦା। ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ। ବିଜେଡି ସୁପ୍ରିମୋଙ୍କ ବଡ଼ ଆକ୍ସନ୍ । କୌଣସି ପଦପଦବୀ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ଲୋଭ ନଥିବା କହି ବିଜେଡିରେ ଯୋଗ ଦେଇଥିବା ସୌମ୍ୟଙ୍କ ରାଜନୈତିକ ଲାଳସାରେ ଲାଗିନଥିଲା ରୋକ୍ । ଯେଉଁଥିପାଇଁ ପ୍ରଥମେ ରାଜ୍ୟସଭା, ତାପରେ ବିଧାୟକ ଆଉ ବିଧାୟକ ହେବା ପରେ ମନ୍ତ୍ରୀ ପଦ ପାଇଁ ଲାଳାୟିତ ହୋଇଥିଲେ । ମନ୍ତ୍ରୀପଦ ଲୋଭ ହିଁ ତାଙ୍କୁ ବ୍ଲାକମେଲର ଭାବେ ଛିଡା କରାଇଥିଲା ।

ନେତୃତ୍ବକୁ ବ୍ଲାକ ମେଲ କରିବାକୁ ଆଲେଖ୍ୟ ମାଧ୍ୟମରେ ଦଳର ସବୁ ନିଷ୍ପତ୍ତିକୁ ଚ୍ୟାଲେଂଜ କରୁଥିଲେ । ଆଲେଖ୍ୟକୁ ଅସ୍ତ୍ର କରି ଦଳକୁ ବ୍ଲାକମେଲିଂ କରୁଥିଲେ। ଦଳରେ ରହି ଦଳ ବିରୋଧରେ ମତ, ମନ୍ତବ୍ୟ ଦେଇ ଗତ କିଛି ଦିନ ହେଲା ବିବାଦରେ ରହୁଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସ୍ବାର୍ଥ ପାଇଁ ସଂପାଦକୀୟରେ ଲେଖିଛନ୍ତି ସୁବିଧାବାଦର ଭାଷା। ବିନା ତଥ୍ୟ ପ୍ରମାଣରେ ଆଲେଖ୍ୟରେ ଆକ୍ଷେପ କରିଛନ୍ତି। ନିଜ ମାଲିକାନାରେ ଥିବା ଖବରକାଗଜକୁ ଢାଲ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି। ଆଉ ମିଛର ପ୍ରମାଣ ମାଗିଲେ ଚୁପ୍ ରହିଛନ୍ତି ସୌମ୍ୟ। ସୌମ୍ୟଙ୍କ ଏଭଳି ଦଳବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତ ଖଣ୍ଡପଡାବାସୀ। ସେହିଭଳି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜ କହିଛନ୍ତି, ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ।

Comments are closed.