କାହିଁକି ଭାରତ ଓ ଚୀନକୁ ନେଇ ଏମିତି କହିଲା ଋଷ

ମାସାୱା: ଆର୍ଥିକ କ୍ଷମତାର ନୂତନ କେନ୍ଦ୍ରଗୁଡ଼ିକର ବିକାଶ ଏବଂ ଆର୍ଥିକ ଓ ରାଜନୈତିକ ପ୍ରଭାବ ବିଷୟରେ ବିସ୍ତୃତ ଭାବେ କହିବା ବେଳେ ଗୁରୁବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି ଯେ, ଉପରୋକ୍ତ ବିଷୟରେ ଚୀନ୍‌ ଓ ଭାରତ ଆମେରିକା ଓ ୟୁରୋପୀୟ ସଦସ୍ୟଙ୍କଠାରୁ ଅନେକ କ୍ଷେତ୍ରରେ ଅଗ୍ରଣୀ।

ଏରିଟ୍ରିଆରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାକୁ ତୀବ୍ର ସମାଲୋଚନା କରି ଲାଭ୍‌ରୋଭ୍‌ କହିଲେ, କ୍ଷମତାଶାଳୀ ବହୁରାଷ୍ଟ୍ରୀୟ ବିଶ୍ବ ସ୍ଥାପନା ହେଉଛି ଗୋଟାଏ ଉଦ୍ଦେଶ୍ୟ ଓ ଅବାଧ ପ୍ରକ୍ରିୟା। ୱାସିଂଟନ୍‌ର ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ‘ନାଟୋ’ ଏବଂ ‘ଇୟୁ’ ସମେତ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏହି ପ୍ରକ୍ରିୟାକୁ ଓଲଟାଇ ଦେବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ, ଏହି ଉଦ୍ୟମ ନିଷ୍ଫଳ ହେବ। ଅତି ବେଶୀରେ ସେମାନେ ଏହି ଉଦ୍ଦେଶ୍ୟ ଧାରା ଇତିହାସକୁ ସାମାନ୍ୟ ମନ୍ଥର କରିପାରିବେ।

କିନ୍ତୁ, ବିଭିନ୍ନ ରାଷ୍ଟ୍ରକୁ ଗସ୍ତ କରି ପରାମର୍ଶ ଦେବା କିଂବା ୟୁକ୍ରେନ୍‌ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ‘ହାଇବ୍ରିଡ୍‌’ ଯୁଦ୍ଧ ଆର୍ଥିକ କ୍ଷମତାର ନୂତନ କେନ୍ଦ୍ରଗୁଡ଼ିକର ବିକାଶ ଏବଂ ଆର୍ଥିକ ଓ ରାଜନୈତିକ ପ୍ରଭାବକୁ ବାଧା ଦେଇ ପାରିବ ନାହିଁ। ଅନେକ କ୍ଷେତ୍ରରେ ଚୀନ୍‌ ଓ ଭାରତ ଭଳି ରାଷ୍ଟ୍ରମାନେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରଙ୍କଠାରୁ ଅଗ୍ରଣୀ ଅଛନ୍ତି ବୋଲି ସେ କହିଛନ୍ତି।

ତୁର୍କୀ, ଇଜିପ୍ଟ୍‌, ପାରସ୍ୟ ଉପସାଗରୀୟ ରାଷ୍ଟ୍ରସମୂହ, ବ୍ରାଜିଲ୍‌ ଏବଂ ଅନ୍ୟାନ୍ୟ ଲାଟିନ୍‌ ଆମେରିକୀୟ ରାଷ୍ଟ୍ରସମୂହଙ୍କୁ ଭବିଷ୍ୟତର କ୍ଷମତାଶାଳୀ କେନ୍ଦ୍ର ହେବେ ବୋଲି ବର୍ଣ୍ଣନା କରି ସେ କହୁଛନ୍ତି ଯେ, ସାମ୍ପ୍ରତିକ ସମୟରେ ଏହି ରାଷ୍ଟ୍ରସବୁ ପ୍ରଭାବଶାଳୀ ତଥା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

Comments are closed.