କାହିଁକି ଏମିତି କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ଜଣେ ବୁଦ୍ଧିହୀନ ରାଜନେତା ଭାବେ ଏହି ଶବ୍ଦ ମାଧ୍ୟମରେ ଇଙ୍ଗିତ କରାଯାଉଛି। ହେଲେ ଏହି ପପ୍ପୁ ଶବ୍ଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧି। ତାଙ୍କୁ ବିରୋଧୀଙ୍କ ପକ୍ଷରୁ ପପ୍ପୁ ଡକାଯାଉଥିବା ନେଇ ତାଙ୍କର କିଛି ଆପତ୍ତି ଅଛି କି ବୋଲି ଏକ ସାକ୍ଷାତକାରରେ ପ୍ରଶ୍ନ ହୋଇଥିଲା । କିନ୍ତୁ ଏଥିରେ ସେ ଆଦୌ ଚିନ୍ତିତ କି ବିଚଳିତ ନୁହନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ପପୁ ଶବ୍ଦଟି ସେମାନଙ୍କ ଛାତିରେ ରହିଯାଇଛି। ଏଥିରୁ ଜଣାପଡ଼ୁଛି ସେମାନେ କେତେ ଭୟଭୀତ ଅଛନ୍ତି। ସେମାନେ ନାଖୁସ ଅଛନ୍ତି। ମୁଁ ପପ୍ପୁ ଡାକ ନାମକୁ ସ୍ୱାଗତ କରୁଛି। ମୁଁ ବି ଠିକ୍‌ ମନେ କରୁଛି। ଯଦି ପାରିବେ ମୋତେ ଆଉ ଯେତେ ପ୍ରକାର ନାମରେ ଡାକନ୍ତୁ ବୋଲି ସେ ସେ କହିଛନ୍ତି । ସେ କହିଛନ୍ତି ଯେ, ମୋ ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କୁ ମଧ୍ୟ ସମାନ ଭାବରେ ଥଟ୍ଟାମଜା କରାଯାଉଥିଲା। ତାଙ୍କୁ ଲୌହମାନବୀ ଲେଡି କହିବାକୁ ପୂର୍ବରୁ ଲୋକେ ଗୁଙ୍ଗି ଗୁଡ଼ିଆ ବୋଲି କହୁଥିଲେ। ଇନ୍ଦିରା ଗାନ୍ଧି ସର୍ବଦା ଲୌହମାନବୀ ଥିଲେ।

ଏବେ ସମାନ ପ୍ରକାର ଲୋକେ ତାଙ୍କୁ ପପ୍ପୁ ଡାକୁଛନ୍ତି। ନିକଟରେ ଦିଲ୍ଲୀରେ ପ୍ରବଳ ଶୀତ ଲହରି ସତ୍ତ୍ବେ ରାହୁଲ ଗାନ୍ଧିଙ୍କୁ ଏହି ସମୟରେ କେବଳ ଏକ ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ରାହୁଲ କୌଣସି ଶୀତ ବସ୍ତ୍ର ପରିଧାନ କରିନଥିଲେ। ଏନେଇ ରାହୁଲଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏହାର ଉତ୍ତରରେ ରାହୁଲ କହିଛନ୍ତି କି ‘ଯିଏ ମୋତେ କାହିଁକି ଶୀତ ଲାଗୁନି ବୋଲି ପ୍ରଶ୍ନ କରୁଛନ୍ତି ସିଏ ଏହି ପ୍ରଶ୍ନ ଗରିବ, କୃଷକ ଏବଂ ଦିନ ମଜୁରିଆଙ୍କୁ କାହିଁକି କରୁନାହାନ୍ତି?’ମୁଖ୍ୟତଃ ଚାଷୀ ଭାଇ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ଅତି ସଙ୍ଗିନ। ସେ କହିଛନ୍ତି ଯେ, ମୁଁ ୨୮୦୦ କିଲୋମିଟର ଚାଲିଛି। କିନ୍ତୁ ମୋର ବିଶ୍ୱାସ ଯେ, ଏହା ବଡ କଥା ନୁହେଁ। କୃଷକମାନେ ପ୍ରତିଦିନ ଅନେକ ବାଟ ଚାଲୁଛନ୍ତି। ସେହିପରି ପରି କୃଷି ଶ୍ରମିକ, କଳକାରଖାନା ଶ୍ରମିକ ଏବଂ ସାଧାରଣ ଶ୍ରମିକମାନେ ସମାନ ପରିଶ୍ରମ କରନ୍ତି।

Comments are closed.