କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜି (ଡିସେମ୍ବର ୨୬) ପାଳିତ ହେଉଥିବା ପ୍ରଥମ ବୀର ବାଳକ ଦିବସ ଅବସରରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତକୁ ବିକାଶର ଶିଖରକୁ ନେବାକୁ ହେଲେ ଆମକୁ ଅତୀତର ସଂକୀର୍ଣ୍ଣମନା ଇତିହାସକୁ ଭୁଲିବାକୁ ହେବ ।

୧୦ମ ଶିଖ ଗୁରୁ ଗୋବିନ୍ଦ ସିଂଙ୍କ ଦୁଇ ପୁତ୍ର ଜୋରାଓ୍ବର ସିଂ ଓ ଫତେ ସିଂ ଧର୍ମରକ୍ଷା ପାଇଁ ନିଜର ବଳୀଦାନ ଦେଇଥିଲେ । ଏହି ଦୁଇ ବାଳକ ଭାରତର ଅନେକ ପୀଢିଙ୍କୁ ଅନୁପ୍ରାଣିତ କରିଆସିଛନ୍ତି । ଯେଉଁ ଦେଶରେ ଏପରି ଇତିହାସ ରହିଛି ସେଠାରେ ଇତିହାସ ନାଁରେ କେତେକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି, ଯାହାକି ଆମମାନଙ୍କ ମଧ୍ୟରେ ହିନମନ୍ୟତା ସୃଷ୍ଟି କରୁଛି ।

ସେ କହିଛନ୍ତି ଯେ, ମୋଗଲ ସମ୍ରାଟ ଔରଙ୍ଗଜେବ ଭାରତକୁ ବଦଳାଇବାକୁ ଚାହୁଁଥିଲେ । କିନ୍ତୁ ଗୁରୁ ଗୋବିନ୍ଦ ସିଂ ଔରଙ୍ଗଜେବଙ୍କ ଏହି ଆତଙ୍କବାଦ ବିରୋଧରେ ଛିଡ଼ା ହୋଇଥିଲେ । ଔରଙ୍ଗଜେବ ତରବାରୀ ବଳରେ ଗୁରୁ ଗୋବିନ୍ଦ ସିଂଙ୍କ ଦୁଇ ପୁଅଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । କିନ୍ତୁ ଧର୍ମ ରକ୍ଷା ପାଇଁ ଦୁଇ ବୀର ବାଳକ ବଳୀଦାନ ଦେଇଥିଲେ ।

Comments are closed.