କାହିଁକି ଏମିତି କହିଲେ ଅତିଶ

ନୂଆଦିଲ୍ଲୀ: ସିବିଆଇ ପରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ତେବେ କେଜ୍ରିୱାଲଙ୍କୁ ସମନ ପରେ ଏବେ ଆପ ମୁଣ୍ଡରେ ଚଡକ ପଡିଛି | ପଚରାଉଚରା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରାଯିବାର ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ଆପ ନେତ୍ରୀ ଅତିଶି କହିଛନ୍ତି ଯେ ନଭେମ୍ବର ୨ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇପାରେ। ଅତିଶି କହିଛନ୍ତି ଯେ ଗତ ଦେଢ଼ ବର୍ଷ ଧରି ଇଡି ଏବଂ ସିବିଆଇ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଜାରି ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଦୁର୍ନୀତିର କୌଣସି ପ୍ରମାଣ ପାଇପାରିନାହାନ୍ତି | ଅତିଶି କହିଛନ୍ତି ଯେ ଦୁର୍ନୀତି ନଥିବା ପ୍ରମାଣ ମିଳିବା ପରେ ଆମ୍ ଆଦମୀ ଦଳର ଜଣଙ୍କ ପରେ ଜଣେ ନେତାଙ୍କୁ ଜେଲରେ ରଖାଯାଉଛି।

Comments are closed.