ମୋଦିଙ୍କୁ କାହିଁକି ପ୍ରଶଂସା କଲେ ଆମେରିକା ଗଣମାଧ୍ୟମ
ୱାସିଂଟନ୍:ଦେଶ ଦେଶ ମଧ୍ୟରେ ଯୁଦ୍ଧ କରି ଆଜି ଦୀର୍ଘ ଦିନ ହୋଇଥିଲେ ମଧ୍ୟ ଋଷ ଓ ୟୁକ୍ରେନ ଯୁଦ୍ଧର ପରି ପରିସମାପ୍ତି ଘଟିଛି । ଏବେ ୟୁକ୍ରେନ୍ ସହିତ ଯୁଦ୍ଧ କରିବାର ସମୟ ନୁହେଁ ବୋଲି ରୁଷୀୟ ରାଷ୍ଟ୍ରପତିଙ୍କୁ କହିଥିବାରୁ ଆଜି ଆମେରିକାର ପ୍ରତିଷ୍ଠିତ ଗଣମାଧ୍ୟମ ସବୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।
‘ୟୁକ୍ରେନ୍ ଯୁଦ୍ଧ ପାଇଁ ମୋଦୀ ପୁଟିନ୍ଙ୍କୁ ଗାଳି ଦେଲେ’ ବୋଲି ‘ଦି ୱାସିଂଟନ୍ ପୋଷ୍ଟ୍’ ରିପୋର୍ଟର ଶିରୋନାମା କରିଥିବା ବେଳେ ‘ଦି ୟୁଏସ୍ ଡେଲି’ ରିପୋର୍ଟ କରିଛି, ସର୍ବସାଧାରଣଙ୍କୁ ହତବାକ୍ କରିବା ଭଳି ଗାଳି ଦେଇ ମୋଦୀ ପୁଟିନ୍ଙ୍କୁ କହିଲେ: ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ। ମୁଁ ଫୋନ୍ରେ ବି ଏ କଥା ଆପଣଙ୍କୁ କହିଥିଲି।
‘ୱାସିଂଟନ୍ ପୋଷ୍ଟ୍’ ଛାପିଥିବା ରିପୋର୍ଟରେ ଲେଖିଛି ଯେ, ମୋଦୀଙ୍କର ପୁନଃଅନୁରୋଧରୁ ଜଣାପଡୁଛି ଯେ, ୬୯ ବର୍ଷିୟ ରୁଷୀୟ ଟାଣୁଆ ନେତା ପୁଟିନ୍ଙ୍କ ଉପରେ ଚାରିଆଡୁ ଚାପ ପଡୁଛି।
ମୋଦୀ ଓ ପୁଟିନ୍ଙ୍କ ଆଲୋଚନାକୁ ମଧ୍ୟ ‘ଦି ୱାସିଂଟନ୍ ପୋଷ୍ଟ୍’ ଏବଂ ‘ଦି ନ୍ୟୁୟର୍କ ଟାଇମ୍ସ୍’ ସେମାନଙ୍କ ୱେବ୍ପେଜ୍ର ପ୍ରମୁଖ ଖବର ଭାବେ ପ୍ରକାଶ କରିଛନ୍ତି। ଶିରୋନାମାରେ ‘ଦି ନ୍ୟୁୟର୍କ ଟାଇମ୍ସ୍’ ଲେଖିଛି: ଭାରତର ନେତା ପୁଟିନ୍ଙ୍କୁ କହିଲେ ଯେ, ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ।
Comments are closed.