କାହିଁକି ବିଜେପି ସହ ସମ୍ପର୍କ ଛିନ୍ନ କଲା ଏଆଇଏମଡିଏମକେ

ତାମିଲନାଡୁରେ ବିଜେପି ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରି ଦେଇଛି ଏଆଇଏମଡିଏମକେ। ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ବିବାଦୀୟ ବୟାନ ପାଇଁ ଏଆଇଏମଡିଏମକେ ଏପରି ନିଷ୍ପତ୍ତି ନେଇଛି।

ଆନ୍ନାମଲାଇ ଏଆଇଏମଡିଏମକେର ପ୍ରତିଷ୍ଠାତା ଏମଜିଆରଙ୍କ ମେଣ୍ଟୋର ଦିବଗଂତ ସିଏନ ଆନ୍ନାଦୁରାଇଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଓ ପଲାନିସ୍ୱାମୀଙ୍କ ଏଆଇଏମଡିଏମକେ ବର୍ତ୍ତମାନ ସମୟରେ ବିଜେପି ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛି।

ଦଳର ନେତା ଡି ଜୟକୁମାର ଆଜି କହିଛନ୍ତି, “ବର୍ତ୍ତମାନ ବିଜେପି ସହ ଆଉ କୌଣସି ସମ୍ପର୍କ ନାହିଁ। ଆମେ ମେଣ୍ଟ ସମ୍ପର୍କରେ ନିର୍ବାଚନ ପୂର୍ବରୁ ନିଷ୍ପତ୍ତି ନେବୁ। ବିଜେପିର ରାଜ୍ୟ ସଭାପତି ହେବାକୁ ଆନ୍ନାମଲାଇଙ୍କ ଯୋଗ୍ୟତା ନାହିଁ। ସେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଦିବଗଂତ ନେତାଙ୍କ ବିରୋଧରେ ଅତ୍ୟନ୍ତ ଖରାପ ବୟାନ ଦେଉଛନ୍ତି।’’

ଆନ୍ନାମଲାଇ ଏହାପୂର୍ବରୁ ଦଳର ଚର୍ଚ୍ଚିତ ଚେହେରା ଦିବଗଂତ ଜେ ଜୟଲଳିତାଙ୍କ ବିରୋଧରେ ମତ ରଖିଥିଲେ। ସେହି ସମୟରେ ଏଆଇଏଡିଏମକେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ପ୍ରକାଶ କରିଥିଲା। ଏଥିସହ ଆନ୍ନାମଲାଇଙ୍କୁ ଏପରି ବୟାନରୁ ଦୂରେଇ ରହିବାକୁ କହିଥିଲା। ତଥାପି ଆନ୍ନାମଲାଇ ବାରମ୍ବାର ଏଆଇଏଡିଏମକେର ବରିଷ୍ଠ ନେତାଙ୍କ ବିରୋଧରେ ଅଶୋଭନୀୟ ବୟାନ ଦେଇ ଚାଲିଛନ୍ତି।

Comments are closed.