କିଏ ଧରିବ କଂଗ୍ରେସ ମଙ୍ଗ,ରାହୁଲ କହିଲେ ଏମିତି
ନୂଆଦିଲ୍ଲୀ: କଂଗ୍ରେସର ମୁଖିଆ ପଦବୀ ପାଇଁ ତାଲିକା ବାହାରେ ନାହାନ୍ତି ବିଧାୟକ ରାହୁଲ ଗାନ୍ଧୀ। ସେ ବି କଂଗ୍ରେସର ସଭାପତି ହୋଇପାରନ୍ତି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସବୁଜ ସଂକେତ ଦେଇଛନ୍ତି ରାହୁଲ। ଜାତୀୟ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଆୟୋଜନ ହୋଇଥିବା ଭାରତ ଯୋଡ଼ ଯାତ୍ରା (ମିଳିତ ଭାରତ ମାର୍ଚ)ରେ ରାହୁଲ ଦେଇଥିବା ବୟାନ ସ୍ପଷ୍ଟ କରୁଛି ଯେ ସେ କଂଗ୍ରେସର ସଭାପତି ହୋଇପାରନ୍ତି।
ସେ କହିଛନ୍ତି, ‘ମୁଁ ଦଳର ସଭାପତି ହେବି କି ନାହିଁ ତାହା ୨୦୨୪ ନିର୍ବାଚନରେ ସ୍ପଷ୍ଟ ହେବ। ମୁଁ ଆଗକୁ କ’ଣ କରିବି ତାହା ସ୍ଥିର କରିସାରିଛି। ଏନେଇ ମୋ ମନରେ କୌଣସି ପ୍ରକାରର ଦ୍ବନ୍ଦ୍ବ ନାହିଁ। ଏହି ଯାତ୍ରା ଜରିଆରେ ମୁଁ ମୋ ନିଜ ବିଷୟରେ ଓ ଆମର ଏହି ସୁନ୍ଦର ଦେଶ ବିଷୟରେ ଅନେକ କିଛି ଜାଣିପାରିବି। ଯାହାଫଳରେ ମୁଁ ଆହୁରି ଅଧିକ ବୁଦ୍ଧିମାନ ହୋଇଯିବି।’
କଂଗ୍ରେସ ସଭାପତି ପାଇଁ ବହୁ ପ୍ରତୀକ୍ଷିତ ନିର୍ବାଚନ ଆସନ୍ତା ନଭେମ୍ବର ମାସ ୧୭ ତାରିଖରେ ହେବ। ନିର୍ବାଚନର ଠିକ୍ ୨ ଦିନ ପରେ ଭୋଟ୍ ଗଣତି ହେବ। ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ଏନେଇ ନାମାଙ୍କନ ପତ୍ର ଦାଖଲ କରାଯିବ।
Comments are closed.