ଶରତଙ୍କ ପରେ କିଏ ହେବ ଏନସିପି ମଖ୍ୟ ? ଚର୍ଚ୍ଚାରେ ଦୁଇ ଜଣ

ନୂଆଦିଲ୍ଲୀ: ଶରଦ ପାୱାର ଏନସିପି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ପାୱାର ଟ୍ୱିଟ୍‌ କରି କହିଛନ୍ତି, ‘ମୁଁ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଦେଉଛି । ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ତାଙ୍କ ପୁତୁରା ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ପାର୍ଟି କର୍ମୀମାନେ ଶରଦ ପାୱାରଙ୍କ ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ନୂଆ ଏନସିପି ମୁଖ୍ୟ କିଏ ହେବେ ସେନେଇ ପ୍ରଶ୍ନ ଉଠିଛି । ମୁମ୍ବାଇରେ ତାଙ୍କ ଆତ୍ମଜୀବନୀ ରିଲିଜ୍‌ ସମୟରେ ଶରଦ ପାୱାର କହିଛନ୍ତି, ‘ମୋର ବନ୍ଧୁଗଣ, ଯଦିଓ ମୁଁ ସଭାପତି ପଦରୁ ଇସ୍ତଫା ଦେଉଛି, ତଥାପି ମୁଁ ସାଧାରଣ ଜୀବନରୁ ଅବସର ନେଉନାହିଁ । ‘କ୍ରମାଗତ ଯାତ୍ରା’ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି । ମୁଁ ସର୍ବସାଧାରଣ କାର୍ଯ୍ୟକ୍ରମ, ସଭାଗୁଡ଼ିକରେ ଅଂଶଗ୍ରହଣ ଜାରି ରଖିବି । ଆସନ୍ତୁ ଜାଣିବା ନୂତନ ଏନସିପି ମୁଖ୍ୟ ଚୟନ କରିବାକୁ କମିଟିରେ କିଏ ଅନ୍ତର୍ଭୁକ୍ତ?

କମିଟିରେ ଅନ୍ତର୍ଭୁକ୍ତ ଏହି ନେତାଙ୍କ ନାମ ।

ପ୍ରଫୁଲ୍ଲ ପଟେଲ
ସୁନୀଲ ଟାଟକେରେ
ନରହରୀ ଗିର୍ୱାଲ
ଅଜିତ ପାୱାର
ସୁପ୍ରିୟା ସୁଲେ
ଜୟନ୍ତ ପାଟିଲ
ଚଗନ୍‌ ଭୁଜବଲ୍‌
ଦିଲୀପ ୱାଲ୍ସ
ଅନିଲ ଦେଶମୁଖ
ରାଜେଶ ଟୋପେ
ଜିତେନ୍ଦ୍ର ଆହାଦ୍‌
ହାସନ୍‌ ମୁଶ୍ରିଫ୍‌
ଧନଞ୍ଜୟ ମୁଣ୍‌ଡେ
ଜୟଦେବ ଗାଇକୱାଡ

ଶରଦ ପାୱାରଙ୍କ ଉତ୍ତରାଧିକାରୀ କିଏ ହେବେ?

ବର୍ତ୍ତମାନ ଶରଦ ପାୱାରଙ୍କ ଇସ୍ତଫା ପରେ ସବୁଠୁ ବଡ ପ୍ରଶ୍ନ ହେଉଛି ପରବର୍ତ୍ତୀ ସମୟରେ କିଏ ଏନସିପି ମୁକୁଟ ପିନ୍ଧିବେ । ଏନସିପିର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ମୁଖ୍ୟତ ଦୁଇଟି ନାମ ଆଗରେ ଚାଲିଛି । ପ୍ରଥମ ନାମ ହେଉଛି ତାଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ଦ୍ୱିତୀୟ ନାମ ହେଉଛି ପୁତୁରା ଅଜିତ ପାୱାର । ଯଦିଓ, ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା ଖବର ମଧ୍ୟ ଜୋରସୋରରେ ଚାଲିଛି, କିନ୍ତୁ ସେ ନିଜେ ଅନେକ ଥର ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଏନସିପିଙ୍କ ସହ ଅଛନ୍ତି ଏବଂ ଏହା ଜାରି ରଖିବେ । ପରବର୍ତ୍ତୀ ଏନସିପି ମୁଖ୍ୟ କିଏ ହେବେ, କମିଟିର ନିଷ୍ପତ୍ତି ପରେ ହିଁ ନିଷ୍ପତ୍ତି ନିଆଯିବ । ଉଭୟ ଅଟିଜ ଏବଂ ସୁପ୍ରିୟା ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ । ଏହା ନିଶ୍ଚିତ ଯେ ଏହି ନିଷ୍ପତ୍ତି ନେବାରେ ଏନସିପିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

Comments are closed.