ନୂଆ ଚିହ୍ନ କଣ ରଖିବେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ଶିବସେନାର ଦଳୀୟ ଚିହ୍ନକୁ ନେଇ ବିବାଦ। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀରେ ଶିବସେନାର ନାଁ ଓ ଚିହ୍ନକୁ ନେଇ ଲାଗି ରହିଥିବା ବିବାଦ ଭିତରେ ଗତକାଲି ଏକ ନୂଆ ଟ୍ୱିଟ୍‌ ଦେଖିବାକୁ ମିଳିଥିଲା। ଏହି ବିବାଦ ଭିତରେ ନିର୍ବାଚନ କମିଶନ ଶିବସେନାର ନାଁ ଓ ଦଳୀୟ ଚିହ୍ନ(ଧନୁ-ତୀର)ର ବ୍ୟବହାର ଉପରେ ରୋକ ଲଗାଇ ଦେଇଥିଲେ। ଆଜି ଶିବସେନାର ଉଦ୍ଧବ ଠାକରେ କ୍ୟାମ୍ପ ମୁମ୍ବାଇର ଆନ୍ଧେରି ଇଷ୍ଟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତିନୋଟି ନାମ ଏବଂ ଚିହ୍ନର ତାଲିକା ନିର୍ବାଚନ ଆୟୋଗଙ୍କୁ ଦେଇଛି।

ସୂଚନା ମୁତାବକ, ଉଦ୍ଧବ ଗୋଷ୍ଠୀର ‘ଶିବସେନା ବାଲାସାହେବ ଠାକରେ’ ନାମ ପାଇଁ ପ୍ରଥମ ପସନ୍ଦ ହୋଇଥିବାବେଳେ ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ଦ୍ୱିତୀୟ ପସନ୍ଦ ରହିଛି। ଏହି ନାମଗୁଡ଼ିକରେ ଉଦ୍ଧବ ଶିବିର ପକ୍ଷରୁ ବାଲାସାହେବ ଠାକରେଙ୍କ ନାଁ ବ୍ୟବହୃତ ହୋଇଛି।

Comments are closed.