ଭାଷଣ ମଝିରେ ରାହୁଲଙ୍କ କଣ କହିଲେ ଜୟରାମ ରମେଶ
ନୂଆଦିଲ୍ଲୀ :ପୁଣିଥରେ ଗୋଟିଏ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ବିଜେପି ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେ ବିଦେଶରୁ ଫେରି ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ତାଙ୍କ ଭାଷଣ ଅଧାରୁ ଅଟକାଇ ବରିଷ୍ଠ ନେତା ଜୟରାମ ରମେଶ ତାଙ୍କର ତ୍ରୁଟି ସୁଧାରିଛନ୍ତି। ଏହାକୁ ନେଇ ବିଜେପି ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛି।
ଦିନକ ତଳେ ବିଦେଶରୁ ଫେରିଥିବା ରାହୁଲ ଗାନ୍ଧି ଗୁରୁବାର ସଂସଦ କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ତାଙ୍କର ଲଣ୍ଡନ ଭାଷଣକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ସୂଚନା ଦେବାରୁ ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ରିପୋର୍ଟରମାନଙ୍କ ସହ କଥା ହେବା ବେଳେ ରାହୁଲ ଗାନ୍ଧି କହିଥିଲେ ଯେ “ଦୁର୍ଭାଗ୍ୟବଶତଃ ମୁଁ ସଂସଦର ଜଣେ ସଦସ୍ୟ। ମୋ ବିରୋଧରେ ୪ ଜଣ ମନ୍ତ୍ରୀ ସଂସଦରେ ଅଭିଯୋଗ କରିଛନ୍ତି। ତେଣୁ ଏହାର ଜବାବ ଦେବାକୁ ମୋର ଗଣତାନ୍ତ୍ରିକ ଅଧିକାର ରହିଛି। ମୋର ଆଶା ଯେ ମୋତେ ସଂସଦରେ କହିବାକୁ ଅନୁମତି ଦିଆଯିବ। ପ୍ରଥମେ ମୁଁ ଗୃହରେ ବିବୃତି ରଖିବାକୁ ଚାହେଁ, ଏହା ପରେ ମୁଁ ଏସମ୍ପର୍କରେ ଆଲୋଚନା କରିବି।”
ଏହି ସମୟରେ ରାହୁଲଙ୍କ ପାଖରେ ଜୟରାମ ବସିଥିଲେ। ସେ ତୁରନ୍ତ ରାହୁଲଙ୍କ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିଥିଲେ। ସେ ରାହୁଲଙ୍କୁ ସାମାନ୍ୟ ପଛକୁ କରିବା ସହ ତାଙ୍କ କାନରେ ଫୁସଫୁସ ହୋଇ କିଛି କହିଥିଲେ। ତେବେ ଜୟରାମ ରମେଶ କହିଥିବା କଥା ରେକର୍ଡ ହୋଇଯାଇଛି। ବିଜେପି ମଜା ଉଡ଼ାଇପାରେ ବୋଲି ଜୟରାମ ଧୀରଧୀରେ ରାହୁଲଙ୍କୁ କହିଥିଲେ।
Comments are closed.