ରାହୁଲଙ୍କ ସହ କଣ କଥା ହେଲେ ନୀତିଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖି ନାହାନ୍ତି ବୋଲି ସୋମବାର ପୁଣି ଦୋହରାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର। ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଛାଡ଼ିବା ପରେ ଏବଂ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଓ ଅନ୍ୟମାନଙ୍କ ସହିତ ମିଶି ବିହାରରେ ପୁଣି ସରକାର ଗଠନ କରିବା ପରେ ଆଜି ପ୍ରଥମ ଥର ପାଇଁ ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଆଲୋଚନା ହୋଇଥିଲା। ସେମାନେ ଦେଶର ରାଜନୀତିକ ସ୍ଥିତି ସହିତ ବିପକ୍ଷକୁ ମଜବୁତ କରିବା ସଂପର୍କରେ ଆଲୋଚନା କରିଥିଲେ।

ରାହୁଲଙ୍କୁ ଭେଟିବା ପରେ ନୀତୀଶ କହିଥିଲେ, ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିଦେବା ପାଇଁ ନିରବଚ୍ଛିନ ଭାବେ ଉଦ୍ୟମ ଚାଲିଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଗୁଡ଼ିକୁ ଏକାଠି କରିବାକୁ ମୁଁ ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ମୋର କୌଣସି ଲକ୍ଷ୍ୟ ନାହିଁ।

Comments are closed.