ଜାନୁୟାରୀ ୧ ତାରିଖରେ ଜୀ-ସାର୍ଥକରେ ଦେଖନ୍ତୁ ‘ସାରେଗାମାପା’ର ନନ-ଷ୍ଟପ ମନୋରଞ୍ଜନ ଫିନାଲେ

ଭୁବନେଶ୍ବର : ଜ଼ୀ -ସାର୍ଥକ ପ୍ରସ୍ତୁତ “ସାରେଗାମାପା” ରିୟାଲିଟି ଶୋ’ ର କିଏ ହେବ ବିଜେତା ଜାଣିବା ସହିତ ବଛା ବଛା ଟପ୍ ଫାଇନାଲିଷ୍ଟ ସିଙ୍ଗର ଙ୍କ ସହିତ 24 ଜଣ ସୁପରଷ୍ଟାର ଙ୍କୁ ନେଇ ଜାନୁଆରୀ ୧ ତାରିଖ ସନ୍ଧ୍ୟା ୬ ଟା ରୁ ରାତି 10 ଟା ଯାଏଁ ଚାରି ଘଣ୍ଟା ଧରି ହେବ ନନଷ୍ଟପ ମନୋରଞ୍ଜନ । ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆ ବର୍ଷ ଅବସରରେ ପ୍ରସାରିତ ହେବାକୁ ଥିବା ୨୪ ଘଣ୍ଟାର ନନଷ୍ଟପ୍ ମନୋରଞ୍ଜନ ମଧ୍ୟରେ ରିୟଲିଟି ସୋ ସାରେଗାମାପାର ଗ୍ରାଣ୍ଡ ଫିନାଲେ ଶୋ ମଧ୍ୟ ରହିଛି। ଏହି ଫିନାଲେ ଏପିସୋଡରେ ବିଜେତା କିଏ ହେବ ଜଣାପଡିବା ସହ ୨୪ ଜଣ ସୁପରଷ୍ଟାରଙ୍କୁ ନେଇ ସନ୍ଧ୍ୟା ୬ ରୁ ରାତି ୧୦ ଟା ଯାଏଁ ମନୋରଞ୍ଜନର ଧମାକା ଜାରି ରହିବ। ଉପସ୍ଥାପକ ପୁପିନ୍ଦର ଓ ସୁଜିତଙ୍କ ଦମଦାର ଉପସ୍ଥାପନାରେ ସଙ୍ଗୀତମୟ ମାହୋଲର ଏହି କାର୍ଯ୍ୟକ୍ରମରେ ହ୍ୟୁମାନ ସାଗରଙ୍କ ପୁରା ଟିମ୍ ସହିତ ବିଚାରକ ଇରା ମହାନ୍ତି, ଦୀପ୍ତିରେଖା ପାଢ଼ୀ, କୁଲଦୀପ ପଟ୍ଟନାୟକ, ଦୀପିକା, ଯସ୍ମିନ, ନିକିତା, ଅନନ୍ୟା, ଛନ୍ଦୀତା, ଅର୍ପିତା କର ଓ ଜବରଦସ୍ତ ପରଫରମାନ୍ସ ସହ ହରିହର ଦାଶଙ୍କ ଡ୍ୟାନ୍ସର ଜଲୱା ମଧ୍ୟ ଦେଖିବାକୁ ମିଳିବ।

Comments are closed.