୬୭ ବୁଥରେ କଂଗ୍ରେସ ଅଧ୍ୟକ୍ଷ ପାଇଁ ଭୋଟ ଗ୍ରହଣ କରା ହେବ

ନୂଆଦିଲ୍ଲୀ :ବହୁ ବିବାଦ ପରେ କଂଗ୍ରେସର ନୂଆ ଆଶା ସୃଷ୍ଟି ହେଉଛି କାରଣ କିଏ ହେବ କଂଗ୍ରେସ ମୁଖିଆ ଏନେଇ ଅନେକ ଚର୍ଚ୍ଚା ଜୋର ହେଉଥିଲା । ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ଗଲା ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଦୁଇଜଣ ପ୍ରାର୍ଥୀଙ୍କର ନାମ କାଏମ୍ ରହିଛି। ସେମାନେ ହେଉଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶୀ ଥରୁର। ଏ ଦୁଇଜଣଙ୍କ ପାଇଁ ଅକ୍ଟୋବର ୧୭ରେ ଭୋଟ ଗ୍ରହଣ ହେବାର ଥିବା ବେଳେ ସେଥିପାଇଁ ବିଭିନ୍ନ ରାଜ୍ୟରେ ମୋଟ ୬୭ଟି ବୁଥ୍ ଗଠନ କରାଯାଇଛି ବୋଲି ଦଳର‌ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ (ସିଇଏ) ପ୍ରକାଶ କରିଛନ୍ତି। ଏଆଇସିସି ମୁଖ୍ୟାଳୟରେ ବି ଗୋଟିଏ ବୁଥ୍ ହେବ। ଭାରତ ଯୋଡ଼ା ଯାତ୍ରାରେ ଥିବା ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କ ପାଇଁ ଏକ କ୍ୟାମ୍ପ ବୁଥ୍ ହେବ ବୋଲି ସିଇଏ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି କହିଛନ୍ତି। ଅକ୍ଟୋବର ୧୭ରେ ଦିନ ୧୦ଟାରୁ ୪ଟା ଭିତରେ ଭୋଟ ହେଲା ପରେ ୧୯ରେ ଗଣତି ହୋଇ ଫଳ ପ୍ରକାଶ ପାଇବ।

Comments are closed.