ନୀତିଶଙ୍କୁ ଇସ୍ତଫା ଦେବାକୁ ଆମେରିକାରୁ ଉଠିଲା ସ୍ୱର୍

ଓ୍ବାଶିଂଟନ୍‌,:ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ବିବାଦୀୟ ବୟାନକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଏହି ମନ୍ତବ୍ୟକୁ ନେଇ ନିନ୍ଦା କରାଯାଉଛି। ଆଫ୍ରିକା-ଆମେରିକା ଅଭିନେତ୍ରୀ ମ୍ୟାରି ମିଲବେନ ମଧ୍ୟ ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯଦି ସେ ଭାରତର ନାଗରିକ ହୋଇଥାନ୍ତେ ତେବେ ସେ ନୀତୀଶଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ପାଇଁ ବିହାର ଆସିଥାନ୍ତେ। ମିଲବେନ ବିହାର ମହିଳାଙ୍କୁ ନୀତୀଶ କୁମାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆହ୍ବନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ମିଲବେନ ଚର୍ଚ୍ଚାକୁ ଆସିଥିଲେ।

ବିହାରର ଯେ କେହି ବି ମହିଳା ନୀତୀଶଙ୍କ ବିପକ୍ଷରେ ନିର୍ବାଚନ ପାଇଁ ନେତୃତ୍ୱ ଦେବାକୁ ମିଲବେନ ଭାଜପାକୁ ଦାବି କରିଛନ୍ତି।

Comments are closed.