ପୁଟିନଙ୍କ ଆୟୁଷ ଆଉ ୩ବର୍ଷ!
ମସ୍କୋ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦିଆଯାଇଛି। ସେ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ରୁଷିଆର ରାଷ୍ଟ୍ରପତି ଭବନ ନେତାଙ୍କ ଅବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛି। ରୁଷିଆର ଗୁପ୍ତଚର ଏଜେନ୍ସି ଏଫଏସବିର ଜଣେ ଅଧିକାରୀ ପୁଟିନଙ୍କ ଅବସ୍ଥାକୁ ଗୁରୁତର ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କଠାରେ ଗୁରୁତର କର୍କଟ ସମସ୍ୟା ରହିଛି ।
ଡାକ୍ତରମାନେ ତାଙ୍କୁ ମାତ୍ର ୩ ବର୍ଷ ସମୟ ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ପୂର୍ବରୁ ପୁଟିନଙ୍କଠାରେ ଏହି ମାରାତ୍ମକ ସମସ୍ୟା ଥିବା ଜଣାପଡ଼ିଥିଲା। ଏବେ ଦୁଇ ସପ୍ତାହ ପୂର୍ବରୁ ତାଙ୍କର ଅପରେଶନ କରାଯାଇଛି।
ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ପୁଟିନଙ୍କ ପାଖରେ ମାତ୍ର ୨ରୁ ୩ ବର୍ଷ ସମୟ ଅଛି। ଧୀରେ ଧୀରେ ତାଙ୍କର ଦେଖିବାର କ୍ଷମତା ମଧ୍ୟ ଦୁର୍ବଳ ହେବାକୁ ଲାଗୁଛି। ଗଣମାଧ୍ୟମ ସଂସ୍ଥା ମିରର ରିପୋର୍ଟରେ ଦର୍ଶାଯାଇଛି ଯେ ପୁଟିନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି।
Comments are closed.