ଇଂଲଣ୍ଡ ବିପକ୍ଷରେ ଖେଳିବେନି ବିରାଟ

ନୂଆଦିଲ୍ଲୀ,୨୨।୧: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିରାଟ କୋହଲି ଖେଳିବେନି। ବ୍ୟକ୍ତିଗତ କାରଣରୁ ସେ ଖେଳିପାରିବେନି ବୋଲି ଜଣାପଡିଛି। ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି। ବିରାଟ କୋହଲିଙ୍କ ସମ୍ପର୍କରେ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ ଭାରତୀୟ ବ୍ୟାଟର୍‌ଙ୍କ ନାମ ପ୍ରତ୍ୟାହାର କରିବାର କାରଣ ଖୁଲାସା କରାଯାଇଛି।

ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ବିସିସିଆଇକୁ ଅନୁରୋଧ କରିଛନ୍ତି। ଏଥିରେ ଆହୁର ଲେଖାଯାଇଛି ଯେ, ବିରାଟ ଅଧିନାୟକ ରୋହିତ ଶର୍ମା, ଦଳ ପରିଚାଳନା ଏବଂ ଚୟନକର୍ତ୍ତାଙ୍କ ସହିତ କଥାବାର୍ତ୍ତା କରିଥିଲେ।

Comments are closed.