ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର : ବିଧାନସଭା ବାଜସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦରେ ବିକ୍ରମ  କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖଙ୍କ ନାଁ’ ପ୍ରସ୍ତାବ କରିଥିଲେ ।  ଗତ ଶୁକ୍ରବାର ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପୂର୍ବରୁ ବିକ୍ରମ ଆରୁଖ ସଂସଦୀୟ ବ୍ୟାପର ସହ  ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ । ସେ ଭଞ୍ଜ ନଗରରୁ ୬ଥର ବିଧାୟକ ହୋଇଥିଲେ ।

ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରୁ  ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଏପରିକି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ । ସୂର୍ୟ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ବାଚସ୍ପତି ପଦ ଖାଲି ପଡ଼ଥିଲା  ।

Comments are closed.