ବିଜେଡିରେ ବିଜୟଙ୍କ ପୁଅ

ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି। 

କିଛିଦିନ ହେବ ଅରବିନ୍ଦ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ଏହି ଚର୍ଚ୍ଚାର ଅନ୍ତ ଘଟିଛି। ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ ଇଞ୍ଜିନିୟରିଂ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ସଂସ୍ଥାର ଓଡ଼ିଶା ଶାଖାରେ କାମ କରୁଥିଲେ। ୨୦୧୯ ନିର୍ବାଚନ ପରଠାରୁ ତାଙ୍କୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଏକାଧିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ଏଣୁ ପାଟକୁରାରୁ ଅରବିନ୍ଦ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି। 

ଅରବିନ୍ଦଙ୍କର ଜଣେ ସମର୍ଥକ କହିଛନ୍ତି, ଅରବିନ୍ଦଙ୍କୁ ପାଟକୁରା ବାସୀ ଚାହୁଁଛନ୍ତି। ଯଦି ଅରବିନ୍ଦ ପାଟକୁରାରେ ନିର୍ବାଚନ ଲଢ଼ନ୍ତି, ତାହାହେଲେ ସେ ଲକ୍ଷାଧିକ ଭୋଟରେ ବିଜୟ ହେବେ। ଅରବିନ୍ଦ ମହାପାତ୍ର କହିଲେ ପାରକୁରାକୁ ବୁଝାଏ।

Comments are closed.