ବିଜୟ ବିଜେପିର ନୁହେଁ ମୋଦୀଙ୍କର, ଅଧିର ରଞ୍ଜନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାଜପାର ବମ୍ପର ବିଜୟ ପରେ କଂଗ୍ରେସ ନେତା ଅଧୀର ରଂଜନ ନିଜ ପ୍ରତିକ୍ରିୟା ଦେଇଛନ୍ତି। ୩ଟି ରାଜ୍ୟରେ ପରାଜୟ ପରେ ଅଧୀର ରଂଜନ କହିଛନ୍ତି, ଏହା ଭାଜପା ନୁହେଁ, ମୋଦିଙ୍କ ବିଜୟ। କିଛି ଦିନ ପୂର୍ବରୁ ଯେତେବେଳେ ଆମେ କର୍ନାଟକ ଏବଂ ହିମାଚଳରେ ଜିତିଥିଲୁ, ପ୍ରଧାନମନ୍ତ୍ରୀ କେଉଁଠାରେ ଥିଲେ? ଏଥର ଭୋଟ ପିଏମ୍‌ ବନାମ ବାଘେଲ ଏବଂ ପିଏମ୍‌ ବନାମ ଗେହଲଟଙ୍କ ମଧ୍ୟରେ ହୋଇଛି।
ଅନ୍ୟପକ୍ଷରେ, ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେଉଁମାନେ ହାରିଛନ୍ତି ସେମାନେ ସଂସଦରେ ପରାଜୟକୁ ନେଇ କ୍ରୋଧ ପ୍ରକାଶ କରିବା ଉଚିତ୍‌ ନୁହେଁ। ବିଧାନସଭା ନିର୍ବାଚନରେ ପରାଜୟର କ୍ରୋଧକୁ ଦୂର କରିବା ପାଇଁ ଯୋଜନା କରିବା ପରିବର୍ତ୍ତେ, ଯଦି ସେମାନେ ପୂର୍ବ ପରାଜୟରୁ ଶିଖନ୍ତି ଏବଂ ୯ ବର୍ଷର ନକାରାତ୍ମକ ଧାରା ଛାଡି ଏହି ଅଧିବେଶନରେ ସକରାତ୍ମକତା ସହିତ ଆଗକୁ ବଢନ୍ତି, ତେବେ ସେମାନଙ୍କ ପ୍ରତି ଦେଶର ଦୃଷ୍ଟିକୋଣ ବଦଳିଯିବ।
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଧାନସଭା ନିର୍ବଚନର ଫଳାଫଳ ଭାଜପା ସପକ୍ଷରେ ଆସିଛି, ତଥାପି ତେଲଙ୍ଗାନା ରାଜ୍ୟରେ କଂଗ୍ରେସ ଜିତିଛି।

Comments are closed.