ନେଉଥିଲେ ଲାଞ୍ଚ, ମାଡ଼ିବସିଲା ଭିଜିଲାନ୍ସ

ବାରିପଦା : ମୟୂରଭଞ୍ଜ ଜିଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏକ ଘରବାଡ଼ି ପଟ୍ଟା କରାଇ ଦେବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଜମି ପଟ୍ଟା ପାଇଁ ୪୦ ହଜାର ଟଙ୍କା ନେବେ ବୋଲି କଥା ହୋଇଥିଲେ। ଆଗରୁ ୨୫ ହଜାର ଟଙ୍କା ନେଇଥିବା ବେଳେ ଶୁକ୍ରବାର ଆଉ ବାକି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ ଧରିଥିଲା।

Comments are closed.