ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ ଭେଣ୍ଡି

ଭେଣ୍ଡିରେ ଭିଟାମିନ୍-ଏ, ବିଟା କାରୋଟିନ୍, ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏସବୁ ଉପାଦାନ ଆମର ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଶରୀରରେ ହାଇକୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ହେଲେ, ତାହା ହୃଦରୋଗକୁ ନିମନ୍ତ୍ରଣ କରୁଥିବା ଆପଣ ଭଲଭାବେ ଜାଣିଥିବେ । ହେଲେ ଭେଣ୍ଡିରେ ମ୍ୟୁସିଲେଜ୍ ନାମକ ଏକ ଗାଢ ଜେଲ ପରି ପଦାର୍ଥ , ଯାହାକି ପାଚନ ସମୟରେ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ।

ଭେଣ୍ଡିରେ ଲାକ୍ଟିନ୍ ନାମକ ଏକ ପ୍ରକାର ପ୍ରୋଟିନ୍ ରହିଥାଏ । ଯାହାକି ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ । ଫଳରେ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନସର ପରି ରୋଗ ହୁଏନାହିଁ । ଏହାସହ ଭେଣ୍ଡିରେ କାର୍ବେହାଇଡ୍ରେଟ୍ ରହିଥାଏ । ଯାହାକି ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଭେଣ୍ଡିରେ ଆଣ୍ଟି-ଓବେସିଟି ଗୁଣ ରହିଥିବାରୁ ଏହା ଶରୀରର ଓଜନ ବୃଦ୍ଧିକୁ ନୟନ୍ତ୍ରଣ କରିଥାଏ ।

ଗରମ ଦିନେ ପେଟ ସମସ୍ୟାରେ ରହିଥିବା ଲୋକଙ୍କ ପାଇଁ ଭେଣ୍ଡି ଏକ ଭଲ ଖାଦ୍ୟ । ଭେଣ୍ଡିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ତାହା ପାନ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ । ଗ୍ରୀଷ୍ମ ରୁତୁରେ ଆପଣଙ୍କ ଚର୍ମକୁ ପରିଷ୍କାର ଓ ସୁସ୍ଥ ରଖିବା ପାଇଁ ଭେଣ୍ଡି ଖାଇବା ବହୁତ ଜରୁରୀ । ଭେଣ୍ଡିରେ ଥିବା ଭିଟାମିନ୍-ସି ଶରୀରର ଚର୍ମ ପାଇଁ ଖୁବ୍ ଉପକାରୀ ହୋଇଥାଏ ।

Comments are closed.