ବର୍ଷିଲେ ସୋରେନ , କହିଲେ ପ୍ରମାଣ ଦିଅ ରାଜନୀତି ଛାଡ଼ିଦେବି

ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ବିଧାନସଭାରେ ବର୍ଷିଛନ୍ତି ହେମନ୍ତ। ପୂର୍ବ ଯୋଜନାବଦ୍ଧ ରୂପେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଏଥିସହ ଆଦିବାସୀ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍‌। ତାଙ୍କ ଗିରଫଦାରୀରେ ରାଜଭବନ ମଧ୍ୟ ସାମିଲ ଥିବା କହି ସେ ବିଜେପି ଓ ରାଜ୍ୟପାଳଙ୍କୁ କଡା ଟାର୍ଗେଟ କରିଛନ୍ତି।

୨୦୨୨ରୁ ଯୋଜନାବଦ୍ଧ ଭାବେ ସ୍କ୍ରିଟ୍‌ ଲେଖାଯାଉଛି। ମୋ ଗିରଫ ପାଇଁ ଏହି ସୁଚିନ୍ତିତ ଷଡଯନ୍ତ୍ରରେ ରାଜ ଭବନ ମଧ୍ୟ ସାମିଲ ଅଛି। ମୁଁ ଲୁହ ବୁହାଇବି ନାହିଁ, ବଞ୍ଚିତ ଲୋକଙ୍କ ଲୁହର କୌଣସି ମୂଲ୍ୟ ନାହିଁ। ଆମେ ମୁଣ୍ଡ ନୁଆଁଇ ଚାଲିବା ଶିଖିନୁ। ମୁଁ ଆଦିବାସୀ ହୋଇଥିବାରୁ ମୋତେ ଟାର୍ଗେଟ କରାଯାଉଛି। ଆଦିବାସୀ, ଦଳିତ, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ବିରୋଧରେ ଅତ୍ୟାଚାର କରାଯାଉଛି। ସେମାନେ ଦେଶରେ ସୁରକ୍ଷିତ ନୁହଁନ୍ତି ବୋଲି ବିଧାନସଭାରେ କହିଛନ୍ତି ହେମନ୍ତ ସୋରେନ୍‌।

Comments are closed.