ହଜ କୋଟା ବ୍ୟବସ୍ଥା ବିଷୟରେ ଏମିତି କହିଲେ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି

ନୂଆଦିଲ୍ଲୀ : କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର କହିଛନ୍ତି ଯେ ଦେଶରେ ‘ଭିଆଇପି ସଂସ୍କୃତି’ର ମୂଳୋତ୍ପାଟନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବିବେଚନାତ୍ମକ (ଡିସ୍କ୍ରିସନାରି) ହଜ୍ କୋଟା ବ୍ୟବସ୍ଥା ଉଠାଇ ଦେଇଛନ୍ତି।

ଟିଭି୯ ଭାରତବର୍ଷ ଚାନେଲକୁ ଇରାନୀ କହିଛନ୍ତି ଯେ ଉପା ସରକାର ଅମଳରେ ହଜ୍ କୋଟାରେ ଏହି ଭିଆଇପି ସଂସ୍କୃତିର ପ୍ରଚଳନ କରାଯାଇଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ, ହଜ୍ କମିଟି ଓ ଉଚ୍ଚ ସାମ୍ବିଧାନିକ ପଦପଦବିରେ ଥିବା ଅଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର କୋଟାର ପ୍ରବର୍ତ୍ତନ କରାଯାଇଥିଲା।
ଇରାନୀ କହିଛନ୍ତି ଯେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ହିସାବରେ ସେ ନିଜେ ଏହି ଭିଆଇପି କୋଟା ହଟାଇବା ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍‌କୋର୍ଟ ହଜ୍ ଯାତ୍ରା ପାଇଁ ଏହି ଭିଆଇପି କୋଟାକୁ ‘ଖରାପ ଧାର୍ମିକ ପରମ୍ପରା’ ବୋଲି କହିଥିଲେ। ୨୦୧୨ରେ ସୁପ୍ରିମ୍‌କୋର୍ଟ ହଜ୍ ପାଇଁ ଭିଆଇପି କୋଟାକୁ ୨୫୦୦ରୁ ୨୪୦କୁ କମାଇଥିଲେ। ସେଥିମଧ୍ୟରୁ ହଜ୍ ପାଇଁ ରାଷ୍ଟ୍ରପତି ୭୦, ଉପରାଷ୍ଟ୍ରପତି ୬୦, ପ୍ରଧାନମନ୍ତ୍ରୀ ୬୦ ଓ ବହିର୍ବ୍ୟାପାର ମନ୍ତ୍ରୀ ୫୦ ଜଣଙ୍କ ନାମ ସୁପାରିସ କରିପାରିବେ ବୋଲି କୋର୍ଟ କହିଥିଲେ। ଅବଶିଷ୍ଟ ୨୨୬୦ ସାଧାରଣ ହଜ୍ କାଟାଗୋରିକୁ ଚାଲିଯାଇଥିଲା।

Comments are closed.