ବର୍ଷକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜାଣନ୍ତୁ କାହିଁକି
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ସ୍ବତନ୍ତ୍ର ସମାବର୍ତ୍ତନ ଉତ୍ସବ ତଥା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ନିଜର ଏକ ବର୍ଷର ଦରମା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ନିଜର ଦରମା ରାଜ୍ୟପାଳ ତଥା ଉତ୍କଳ ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି ।
ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲିରେ ନିଜର ଦରମା ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଦେବାକୁ ଘୋଷଣା କରିଛନ୍ତି ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଠାରୁ ଏହି ଅନୁଦାନ ରାଶି ଗ୍ରହଣ କରିବା ପରେ କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Comments are closed.