![](https://mahaktv.in/wp-content/uploads/2022/11/The_Union_Minister_for_Information__Broadcasting_Youth_Affairs_and_Sports_Shri_Anurag_Singh_Thakur_holding_a_press_conference_on_Cabinet_Decisions_in_New_Delhi_on_July_22_2021_1-750x430.jpg)
ମୋଦି ହିଁ ଗୁଜୁରାଟକୁ ଦଙ୍ଗା ମୁକ୍ତ କରିଛନ୍ତି, କେନ୍ଦ୍ର ମନ୍ତ୍ରୀ ଅନୁରାଗ
ସୁରଟ: ଅନୁରାଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗୁଜରାଟ ଅରଜି ଦଙ୍ଗାମୁକ୍ତ ଅଞ୍ଚଳ ହୋଇପାରିଛି। ସେ କହିଛନ୍ତି ଯେ ଯଦି ଗୁଜରାଟ ଆଜି ଦଙ୍ଗା ମୁକ୍ତ ତେବେ ଏହା ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରଣରୁ ସମ୍ଭବ ହୋଇପାରିଛି। ଶୁକ୍ରବାର ଗୁଜରାଟର ମଙ୍ଗ୍ରୋଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ ଅନୁରାଗ । ସେ କହିଛନ୍ତି ଯେ ଗୁଜରାଟ ଯେତେ ଆଗକୁ ଯିବ ଭାରତ ସେତେ ଅଧିକ ଅଗ୍ରଗତି କରିବ। ଯଦି ଗୁଜରାଟରେ ବିଜେପି ଜିତେ ତେବେ ଏହା ଦେଶ ପାଇଁ ବିଜୟ ହେବ। କଂଗ୍ରେସକୁ ଟାର୍ଗେଟ କରି ଅନୁରାଗ କହିଛନ୍ତି ଯେ, ଦଳ ଦେଶର ଲୋକଙ୍କୁ ବିଭାଜିତ କରି ଶାସନ କରି ଆସୁଥିଲା। ଜାତି, ଧର୍ମ ଏବଂ ଅଞ୍ଚଳ ଆଧାରରେ ଦେଶକୁ ବିଭାଜନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ୬୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସ ବିଭାଜନ ଆଧାରରେ ଶାସନ କରିଆସୁଥିଲା ।
ସେହିପରି କଂଗ୍ରେସ ହେଉଛି ଆଦିବାସୀ ବିରୋଧୀ। ପୂର୍ବରୁ ସରକାର ଆଦିବାସୀମାନଙ୍କ ପ୍ରତି ଧ୍ୟାନ ଦେଇନଥିଲେ। ୨୦୧୩-୧୪ରେ କେନ୍ଦ୍ର ବଜେଟରେ ଆଦିବାସୀମାନଙ୍କ କେବଳ, ୪୨୦୦କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ମୋଦିଙ୍କ ନେତୃତ୍ୱରେ ସରକାର ଆଦିବାସୀ ସମ୍ପ୍ରଦାୟ ପାଇଁ, ୮,୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟଙ୍କ ଉନ୍ନତି ହେଉଛି କରୁଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।
Comments are closed.