ଇନ୍ଦିରା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୋଦି

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀଙ୍କର ୧୦୫ତମ ଜୟନ୍ତୀ ପାଳନ କରୁଛନ୍ତି ନେତା ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଦେଶର ଏହି ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଦେଶର ଲୌହ ମହିଳା ଭାବେ ପରିଚିତ ଇନ୍ଦିରା ଗାନ୍ଧିଙ୍କର ୧୦୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଜନ୍ମବାର୍ଷିକୀରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସେହିପରି ଭାରତ ଯୋଡ଼ୋ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି ମଧ୍ୟ ଜେଜେମା’ ଇନ୍ଦିରା ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ(ଆହ୍ଲାବାଦ)ରେ ଜନ୍ମଗ୍ରହଣ କରିଥିଲେ।

୧୯୬୬ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଲଗାତର ଭାବେ ସେ ୩ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇ ଗଣତାନ୍ତ୍ରିକ ଶାସନ ଭାର ବହନ କରିଥିଲେ। ପରେ ପୁନର୍ବାର ୧୯୮୦ ମସିହାରୁ ୧୯୮୪ ମସିହା ଅର୍ଥାତ୍ ମୃତ୍ୟୁ ପର୍ଯ୍ୟନ୍ତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓ କମଳା ନେହେରୁଙ୍କ ଝିଅ ଇନ୍ଦିରାଙ୍କ ପୂରା ନାମ ଇନ୍ଦିରା ପ୍ରିୟଦର୍ଶିନୀ ନେହରୁ ଥିଲା। ସେ ସୋମରଭିଲ କଲେଜ, ଅକ୍ସଫର୍ଡ଼ରେ ଅଧ୍ୟୟନ କରିଥିଲେ।

Comments are closed.