ଡିଏମକେ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ

0

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଏମକେ ସମେତ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ହିନ୍ଦୁ ଏବଂ ସନାତନ ଧର୍ମ ବିରୋଧୀ ବୋଲି କହିଛନ୍ତି। ଶୁକ୍ରବାର ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ, ଡିଏମକେ ନେତା ତଥା ମନ୍ତ୍ରୀ (ତାମିଲନାଡୁ) ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ବିଲୋପ କରିବା ବିଷୟରେ କହିଛନ୍ତି। ତାମିଲନାଡୁର ଲୋକମାନେ ସର୍ବଦା ଏହାର ଶିକାର ହେଉଛନ୍ତି। ଭାଷା ପ୍ରତିବନ୍ଧକ ହେତୁ ବାକି ଦେଶ ଏହା ବୁଝିପାରିନାହାନ୍ତି। ଡିଏମ୍‌କେ ଗତ ୭୦ ବର୍ଷ ଧରି ‘ହିନ୍ଦୁ ବିରୋଧୀ’ ଅଭିଯାନ ଚଳାଉଛି। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ, ତେଣୁ ଲୋକମାନେ ଅନୁବାଦକଙ୍କ ଆବଶ୍ୟକ କରନ୍ତି ନାହିଁ ଏବଂ ଡିଏମମେ ନେତା କ’ଣ କହିଛନ୍ତି ତାହା ସହଜରେ ବୁଝୁଛନ୍ତି।

ଉଦୟନିଧି ଷ୍ଟାଲିନଙ୍କ ବିବୃତ୍ତିକୁ ସମ୍ବିଧାନର ପରିହାସ ବୋଲି କହି ସୀତାରାମଣ କହିଛନ୍ତି ଯେ, ତାଙ୍କ ବିବୃତ୍ତି ମଧ୍ୟ ମନ୍ତ୍ରୀ ଭାବରେ ତାଙ୍କ ଶପଥକୁ ଉଲ୍ଲଂଘନ କରିଛି। ଡିଏମ୍‌କେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଅଂଶ। ଏହି ମେଣ୍ଟ ସନାତନ ଧର୍ମ ବିରୋଧରେ କାର୍ଯ୍ୟ କରୁଛି।

Leave A Reply

Your email address will not be published.