ୟୁନିଫର୍ମ ବାବଦକୁ ମିଳିବ ୧୨୦୦ ଟଙ୍କା
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକ ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଠକରେ ବେସିକ ଶିକ୍ଷା ବିଭାଗର ପ୍ରସ୍ତାବ ଉପରେ ବି ମୋହର ଲାଗିଛି । ଏହାଦ୍ୱାରା ଏବେ ଯୋଗୀ ସରକାର ରାଜ୍ୟର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀ-ଛାତ୍ରଙ୍କୁ ୧୨୦୦ଟଙ୍କା ଦିଆଯିବ ।
ସୂଚନାଯୋଗ୍ୟ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ୟୁନିଫର୍ମ ପାଇଁ ୨ ଯୋଡା ପ୍ରତି ଯୋଡାକୁ ୬୦୦ଟଙ୍କା ଲେଖାଏଁ ଦିଆଯିବ । ଏହାସହ ସ୍କୁଲ ବ୍ୟାଗ ପାଇଁ ୧୭୦ ଟଙ୍କା, ଜୋତା ମୋଜା ପାଇଁ ୧୨୫ ଟଙ୍କା ଓ ସ୍ୱେଟର ପାଇଁ ୨୦୦ଟଙ୍କା ଦିଆଯିବ ।
Comments are closed.