ଉଦ୍ଧବ ଠାକରେଙ୍କ ବୈଠକରେ ମାତ୍ର ୧୩ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠରେ କେବଳ ୧୩ ଜଣ ବିଧାୟକ ପହଞ୍ଚିଥିଲେ। ଏହା ପରେ ଉଦ୍ଧବ ଠାକରେଙ୍କ ନିକଟ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଦଳର ୨୧ ଜଣ ବିଧାୟକ ତାଙ୍କ ସହ ଯୋଗାଯୋଗ କରୁଛନ୍ତି। ଯେତେବେଳେ ବି ସୁଯୋଗ ଆସେ, ମିଳିତ ସରକାର ଏହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଖୁବ ଶୀଘ୍ର ଉଦ୍ଧବ ଠାକରେ ବର୍ଷା ବଙ୍ଗଳାକୁ ଫେରିବେ। ଉଦ୍ଧବ ଠାକରେ ବୁଧବାର ତାଙ୍କ ସରକାରୀ ବାସଭବନ ବର୍ଷା ଛାଡି ମାତୋଶ୍ରୀକୁ ଯାଇଥିଲେ।

Comments are closed.