ଯାତ୍ରୀଙ୍କୁ ର୍ଦୁବ୍ୟବହାର କରି ଦୁଇ ଟିଟି ନିଲମ୍ବିତ

ପାଟନା: ଟ୍ରେନ୍‌ ଯାତ୍ରୀଙ୍କୁ ଅତି ଅସଭ୍ୟ ଭାବେ ଅସଦାରଣ କରିବା ଏବଂ ସର୍ବସାଧାରଣରେ ନିର୍ଯାତନା ଦେବା ୨ ଜଣ ଟିଟିଇଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କର ଏହି ଦୁର୍ବ୍ୟବହାର ପାଇଁ ରେଲୱେ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଭୟଙ୍କୁ ନିଲମ୍ବିତ କରାଯାଇଛି। ସପ୍ତାହେ ପୂର୍ବରୁ ବିହାରର ମୁଜାଫରପୁରରେ ଜଣେ ଯାତ୍ରୀଙ୍କ ପ୍ରତି ହୋଇଥିବା ଅସଦାଚରଣ ଭିଡିଓ ଭାଇରାଲ ହୋଇଛି। ଟ୍ରେନରେ ସମ୍ପୃକ୍ତ ଯାତ୍ରୀ ଏବଂ ଟିଟିଇ ମଧ୍ୟରେ ଯୁକ୍ତିତର୍କ ହେଉଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓରେ ଯାତ୍ରୀ ଜଣ ଟ୍ରେନରେ ଉପର ବର୍ଥରେ ଥିବା ବେଳେ ଜଣେ ଟିଟିଇ ଆସି ତାଙ୍କୁ ଗୋଡ଼କୁ ଟାଣୁଥିବା ଲକ୍ଷ କରାଯାଇଛି।

ଏଥିରୁ ଯାତ୍ରୀ ଜଣକ ବର୍ତ୍ତିବା ପାଇଁ ପାଲଟଲା ଗୋଡ଼ ଛିଞ୍ଚାଡ଼ୁଥିବା ଲକ୍ଷ କରାଯାଇଛି। ଏହା ପରେ ସମ୍ପୃକ୍ତ ଟିଟିଇଙ୍କ ସହ ଆଉ ଜଣେ ଟିଟିଇ ଆସି ଯୋଗ ଦେଉଛନ୍ତି। ଦୁହେଁ ମିଶି ସମ୍ପୃକ୍ତ ଯାତ୍ରୀଙ୍କ ଉପରୁ ଘୋଷାଡ଼ିଥିଲେ। ପରେ ଉଭୟ ମିଶି ସମ୍ପୃକ୍ତ ଯାତ୍ରୀଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ। ଅନ୍ୟ ଯାତ୍ରୀମାନେ ଆସି ବୁଝାସୁଝା କଲା ପରେ ଗଣ୍ଡଗୋଳ ଥମିଥିଲା। ସମ୍ପୃକ୍‌ ଯାତ୍ରୀଙ୍କୁ ଏଭଳି ପିଟିବା ଠିକ୍ ନୁହେଁ ବୋଲି ଲୋକେ ବୁଝାଇଥିଲେ।

Comments are closed.