କାର୍ ଓ ବାଇକ ଧକ୍କାରେ ୨ ଶିକ୍ଷକ ଶିକ୍ଷୟିତ୍ରୀ ମୃତ
ଆଜି ସକାଳେ ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ଏକ ବାଇକକୁ ଧକ୍କା ଦେଇଛି କାର୍, ଫଳରେ ୨ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଶିକ୍ଷକଙ୍କ ନାମ ଅଜିମ୍ ଖାନ୍ ଥିବାବେଳେ ଶିକ୍ଷୟିତ୍ରୀଙ୍କ ନାମ ଜ୍ୟୋର୍ତିମୟୀ ପ୍ରଧାନ । ବୌଦ୍ଧ ସରକାରୀ ବାଳିକା ଉଚ୍ଚ ସ୍କୁଲରେ ପାଠ ପଢ଼ାଉଥିବା ଏହି ଦୁହିଁଙ୍କ ଘର ହରଭଙ୍ଗା ବ୍ଳକ ସ୍ଥିତ ରାମ୍ଭିକଟା ଅଞ୍ଚଳର ବୋଲି ସୂଚନା ମିଳିଛି । ସକାଳୁ ବାଇକ୍ ଯୋଗେ ସ୍କୁଲକୁ ଯିବାବେଳେ କାର୍ ସହ ଧକ୍କା ହୋଇ ସେମାନଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଦେଇଛି ।
Comments are closed.